ମରଣଯନ୍ତା ପାଲଟିଛି କେନ୍ଦୁଝର ୨୧୫ ନମ୍ବର ଜାତୀୟ ରାଜପଥ : ଟ୍ରକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

20

କେନ୍ଦୁଝର : ମରଣଯନ୍ତା ପାଲଟିଛି କେନ୍ଦୁଝର ୨୧୫ ନମ୍ବର ଜାତୀୟ ରାଜପଥ । ସଦରଥାନା ରାଇସୁଆଁ ନିକଟ ୨୧୫ ନମ୍ବର ଜାତୀୟ ରାଜପଥରେ ବରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଏକ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ।

ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାସ୍ଥଳରୁ ୨ଟି ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି ସଦରଥାନା ପୁଲିସ । ତେବେ ୨୧୫ ନମ୍ବର ଜାତୀୟ ରାଜପଥର ଏହି ସ୍ଥାନରେ ଅନେକ ସମୟରେ ଦୁର୍ଘଟଣା ହେବାର ନଜିର ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –