ମୋରମ ଖାଦନରେ ଅଘଟଣ । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝରରେ ଅଘଟଣ

101

କନକ ବ୍ୟୁରୋ : କେନ୍ଦୁଝରରେ ଅଘଟଣ । ମାଟି ଖାଦାନରେ ଅଘଟଣ ହୋଇ ଘଟଣା ସ୍ଥଳରେ ହିଁ ଚାଲିଯାଇଛି ୩ ଜଣ ଶ୍ରମିକଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ତୁଳସୀ ଚଉରା ଗାଁରେ ଏହି ଅଘଟଣ ଘଟିଛି ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଶେଷରେ ମାଟି ଅତଡା ମଧ୍ୟରେ ୩ ଜଣଙ୍କ ଜୀବନ ଚାଲିଗଲା ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଟ୍ରାକ୍ଟରରେ କିଛି ଶ୍ରମିକ ମୋରମ ଖାଦାନକୁ ଯାଇ ମୋରମ ଖୋଲୁଥିଲେ । ହଠାତ କୌଣସି କାରଣରୁ ମୋରମ ଅତଡା ଖସି ପଡିଥିଲା । ତେବେ ଶ୍ରମିକ ମାନେ ସେହି ଅତଡା ମଧ୍ୟରେ ଫସି ରହିଯାଇଥିଲେ ।

ଏହି ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକଙ୍କ ଭିଡ ମଧ୍ୟ ଜମିରହିଥିଲା । ହେଲେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ଓ ଏହାପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।