କେନ୍ଦୁଝର : ଦଅଁଳା ଗାଁରେ ପାଣି କାଢ଼ିବାବେଳେ ଭାଙ୍ଗିପଡିଲା ସ୍ଲାବ୍ , ଗଭୀର କୂଅରେ ପଡି ୨ମହିଳା ଗୁରତର

50

କନକ ବ୍ୟୁରୋ : କୁଅରୁ ପାଣି କାଢ଼ିବାବେଳେ ଭାଙ୍ଗିପଡିଲା ସ୍ଲାବ୍ , ଗଭୀର କୂଅରେ ପଡି ୨ମହିଳା ଗୁରତର । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଶ୍ରୁଆଟୀସ୍ଥିତ ଦଅଁଳା ଗାଁରେ । ଆଜି ସକାଳୁ କୂଅରୁ ପାଣି କାଢ଼ିବାବେଳେ ସ୍ଲାବଟି ଭାଙ୍ଗି ଯିବାରୁ ନେତ୍ରମଣି ପାତ୍ର ଓ ଶ୍ରୀମତି ପଲେଇ ୮୫ମିଟରର ଗଭୀର କୂଅ ଭିତରକୁ ପଡିଯାଇଥିଲେ । ତେବେ କୋ÷ଣସି ପ୍ରକାର ବଂଚିଯାଇଥିଲେ ଉଭୟ । ୨ଜଣ ଯାକ କିଛି ସମୟ କୂଅ ମଧ୍ୟରେ ସଂଘର୍ଷ କରିବା ପରେ ଗ୍ରାମବାସୀମାନେ ଦଉଡି ଓ ଝୁଡି ମାଧ୍ୟମରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି ।