କେନ୍ଦୁଝର: ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ତେଲକୋଇ ଅଂଚଳବାସୀଙ୍କ ୨୪ ଘଂଟିଆ ବନ୍ଦ ପାଳନ

62

କନକ ବ୍ୟୁରୋ: କେନ୍ଦୁଝର ତେଲକୋଇ ବ୍ଲକରେ ୨୪ ଘଂଟିଆ ବନ୍ଦ । ଅଘୋଷିତ ବିଦ୍ୟୁତ କାଟକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି । ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ହେଉଥିବାରୁ ଏହି ବନ୍ଦ ପାଳନ କରୁଛନ୍ତି ଅଂଚଳବାସୀ । ତେଲକୋଇରେ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି । ତେଲକୋଇ ବ୍ଲକକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ନିମ୍ନ ମାନର ୩୩କେଭି ବିଦ୍ୟୁତ୍ ସଂଯୋଗ କାର୍ଯ୍ୟର ଭିଜିଲାନ୍ସ ସ୍ତରୀୟ ତଦନ୍ତ, ଆବଶ୍ୟକ ସଂଖକ ବିଦ୍ୟୁତ୍ କର୍ମଚାରୀ ନିଯୁକ୍ତ ଓ ବିପିଏଲ ପରିବାରକୁ ବିଦ୍ୟୁତ୍ ଯୋଗାଣ ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଉଛିି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –