ଗୋଟିଏ ସାନିଟାରୀ ପ୍ୟାଡ ପାଇଁ ଦେହ ବିକିବାକୁ ପଛାନ୍ତି ନାହିଁ ଏଠାକାର ମହିଳା ! କ’ଣ ରହିଛି ଏହି ଖବର ପଛର ସତ୍ୟତା ଜାଣନ୍ତୁ ।

50

ସାରା ଦୁନିଆରେ ସମସ୍ତ ପ୍ରୟାସ ସତ୍ୱେ ମହିଳାଙ୍କ ମାସିକ ଧର୍ମ ଉପରେ ଲୋକଙ୍କ ଠାରେ ଏବେ ବି ସଚେତନତା ଆସିପାରିନି । କେବଳ ଭାରତ ହିଁ ନୁହେଁ ଦୁନିଆରେ ଏମିତି କିଛି ଦେଶ ଅଛନ୍ତି, ଯେଉଁମାନେ ଏହି ମାମଲାକୁ ଏବେ ବି ଲଜ୍ଜାର ବିଷୟ ମାନୁଛନ୍ତି । ଆଫ୍ରିକା ମହାଦ୍ୱୀପରେ କେନିଆ ଭଳି ଦେଶର କାହାଣୀ ମଧ୍ୟ କିଛି ଏମିତି ହିଁ । ଏହି ଦେଶରେ ଏବେ ବି ମହିଳାଙ୍କ ମାସିକ ଧର୍ମ ସହିତ ଜଡିତ ମାମଲାରେ ଲୋକମାନେ କଥା ହେବାକୁ ପସନ୍ଦ କରନ୍ତିନି, କାହିଁକିନା ତାଙ୍କ ପାଇଁ ଏହା ଲଜ୍ଜାର ବିଷୟ । କେନିଆର ରାଜଧାନୀ ନାଇରୋବୀ ଅଂଚଳରେ ସାନିଟାରୀ ସାମଗ୍ରୀ ପାଇଁ ମହିଳାଙ୍କୁ ଓ ଝିଅଙ୍କୁ ନିଜ ଶରୀର ବିକ୍ରି କରିବାକୁ ପଡୁଛି ।

ଏକ ଅନୁସନ୍ଧାନରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ଏହା ଅନୁସାରେ, ନାଇରୋବୀର କିବେରା ଅଂଚଳରେ ପାଖାପାଖି ୬୫ ପ୍ରତିଶତ ମହିଳା କେବଳ ଗୋଟିଏ ସାନିଟାରୀ ପ୍ୟାଡ ପାଇଁ ନିଜ ଶରୀର ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି । ସର୍ଭେ ରିପୋର୍ଟ ଅନୁସାରେ, ପଶ୍ଚିମ କେନିଆରେ ପାଖାପାଖି ୧୦ ପ୍ରତିଶତ ଝିଅ ଏମିତି ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ଏକ ପ୍ୟାଡ ପାଇଁ ନିଜ ଦେହ ବ୍ୟବସାୟ କରିଛନ୍ତି । ୟୁନିସେଫର ରିସର୍ଚ୍ଚ କହେ, କେନିଆର ୫୪ ପ୍ରତିଶତ ଝିଅଙ୍କୁ ସାନିଟାରୀ ପ୍ୟାଡ ଭଳି ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଉପଲବ୍ଧ ନାହିଁ ।

କେନିଆରେ ୟୁନିସେଫର ମୁଖ୍ୟ ଅଧିକାରୀ ଏଣ୍ଡ୍ରୟୁ ଟ୍ରେବେଟଙ୍କ କହିବାନୁସାରେ, କେତେକ ଅଂଚଳରେ ଦାରିଦ୍ର‌୍ୟତା ହାର ଏତେ ଯେ, ମହିଳାମାନେ ଟ୍ୟାକ୍ସି ଡ୍ରାଇଭର ସହିତ ସଂପର୍କ ରଖିବାକୁ ପଛାନ୍ତି ନାହିଁ । ଏହା ବଦଳରେ ସେମାନଙ୍କୁ ସାନିଟାରୀ ପ୍ୟାଡ ଭଳି ଜିନିଷ ମିଳିଯାଏ । ଏମିତି କରିବା ପଛରେ ଦୁଇଟି କାରଣ ଅଛି । ପ୍ରଥମ ସବୁଠାରୁ ବଡ କାରଣ ଦାରିଦ୍ର‌୍ୟ । କିନ୍ତୁ ଦ୍ୱିତୀୟ କାରଣ ଏହା ଯେ, ଏଠି ସମସ୍ତ ସ୍ଥାନରେ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ମିଳେନି । ବିଶେଷ କରି ଦୂର ଦୂରାନ୍ତ ଗାଁରେ ସାନିଟାରୀ ପ୍ୟାଡ କିଣିବା ଆହୁରି ଅସମ୍ଭବ । ମହିଳାମାନେ ପ୍ୟାଡ କିଣିବା ପାଇଁ ସହରକୁ ଯାଇପାରନ୍ତି ନାହିଁ । ନା ସେଠି ରାସ୍ତା ଅଛି ନା ଯିବା ଆସିବା ପାଇଁ ବସର ସୁବିଧା ଅଛି ।