କେନ୍ଦୁଝର ବଡବିଲରେ ବଢିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା : ୪୯ ଜଣଙ୍କ ରକ୍ତନମୁନାରେ ପଜିଟିଭ ଚିିହ୍ନଟ

57

କେନ୍ଦୁଝର : କେନ୍ଦୁଝର ବଡବିଲରେ ବ୍ୟାପୁଛି ଡେଙ୍ଗୁ ରୋଗ । ୪୯ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ୨୫୩ ରକ୍ତ ନମୂନାରୁ ୩୦ ଜଣଙ୍କ ପଜିଟିଭ ଆସିଥିବା ଜଣାପଡିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ଯାଇ ବଡବିଲରେ ପହଚିଂଛନ୍ତି । ବଡବିଲର ଶ୍ରୀରାମ ନଗର,ଉପରବସ୍ତି ଅଂଚଳରେ ଡେଙ୍ଗୁ ରୋଗ ବ୍ୟାପିବା ପରେ ଏବେ ଡାକ୍ତରୀ ଟିମ ପହଚିଂ ବିଭିନ୍ନ ୱାର୍ଡରେ ବୁଲି ରକ୍ତ ନମୂନା ସଂଗ୍ରହ କରୁଛି । ଏହା ସହ ପୌରପରିଷଦ ପକ୍ଷରୁ ବିଭନ୍ନ ବସ୍ତି ମାନଙ୍କରେ ସଚେତନତା ଶିବିର କରାଯାଉଛି ।ବଡବିଲରେ ଡେଙ୍ଗୁ ରୋଗ ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।