ଚୋରର ହୃଦୟ ତରଳାଇଦେଲା ଛୋଟ ଛୁଆ ! ଫିଲ୍ମ ଷ୍ଟାଇଲରେ ଘରେ କଳାକନା ବୁଲାଇବା ପରେ ବାପାଙ୍କୁ ହାଣିବାକୁ ଯାଉଥିଲା ଡକାୟତ 

1,778

କନକ ବ୍ୟୁରୋ : ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ  । ବାଲେଶ୍ୱର ରେମୁଣା ବ୍ଲକ ରାଉତରାୟପୁର ଗାଁରେ ଦେଢ ବର୍ଷ ହେବ ନିଜ ସ୍ତ୍ରୀ ଓ ପୁଅକୁ ନେଇ ରହୁଥିଲେ ଶୁଶାନ୍ତ ମହାରଣା । ଗତ ମଙ୍ଗଳବାର ରାତିରେ ଶୁଶାନ୍ତଙ୍କ ଘରେ ପଶି ୪ ଜଣ ଦୁବର୍ତ୍ତୃ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିଲେ ।  ଲୁଟ ପରେ ଶୁଶାନ୍ତଙ୍କୁ ହତ୍ୟା ପାଇଁ ଖଣ୍ଡା ଉଠାଇଥିବା ବେଳେ ତାଙ୍କ ଛୋଟ ପୁଅଟି ଦୁର୍ବୃତ୍ତଙ୍କ ଗୋଡ ଧରି ବାପା ମାଙ୍କୁ ଛାଡିଦେବାକୁ କହିଥିଲା । କଏନ୍ ବକ୍ସ ନେଇଯାଅ ହେଲେ ବପାପାମା’ଙ୍କୁ ମାରନି ବୋଲି ନେହୁରା ହୋଇଥିଲା ଛୋଟ ପୁଅ । କୁନି ପୁଅର ଅନୁରୋଧରେ ଚୋରଙ୍କର ମଧ୍ୟ ହୃଦୟ ତରଳାଇ ଦେଇଥିଲା ।

ଆଉ ଦୁର୍ବୃତ୍ତ ମାନେ ପଳାଇଥିଲେ । ସୁଶାନ୍ତ ଏନେଇ ପ୍ରଥମେ ମୟୁରଭଂଜ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ  ଏଫଆଇଆର ନରଖି ତାଙ୍କୁ ଫେରାଇଦେଇଥିଲେ, କାରଣ ସୁଶାନ୍ତଙ୍କ ଘର ବାଲେଶ୍ୱରରେ ଥିଲା । ବାଲେଶ୍ୱରରେ ରହୁଛନ୍ତି ଶୁଶାନ୍ତ ମହାରଣା । ହେଲେ ତାଙ୍କର ମୟୁରଭଂଜର ପରିଚୟପତ୍ର ରହିଛି । କିନ୍ତୁ ବାଲେଶ୍ୱର ଓ ମୟୁରଭଂଜ ମଧ୍ୟରେ ସୀମା ବିବାଦକୁ ନେଇ ଏବେ କିଏ  ଚୋର ଧରିବ ତାକୁ ନେଇ ବିବାଦ ଦେଖାଦେଇଛି  । ପରେ ତଦନ୍ତ କରିବା ପରେ ବାଲେଶ୍ୱରର ରେମୁଣା ଥାନା ଅଧିନସ୍ଥ ଦୁର୍ଗାଦେବୀ ଫାଣ୍ଡିରେ ମାମଲା ରୁଜୁ ହୋଇଛି । ଯାହାକି ସୁଶାନ୍ତଙ୍କ ପରିବାରକୁ ଅଧିକ କଷ୍ଟ ଦେଇଛି ।