ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିବାନୁସାରେ ମୋଦିଙ୍କ ୧୫ ଲକ୍ଷ ଟଙ୍କା ଗରିବଙ୍କ ଖାତାରେ ଦେବା ତାରିଖ ସୁଚନା ଅଧିକାର ଆଇନର ବର୍ହିଭୁତ ତଥ୍ୟ । ଏହି ତଥ୍ୟ ବିଷୟରେ କୌଣସି ତଥ୍ୟ ଦିଆଯାଇପାରିବ ନାହିଁ । ପିଏମଓ କେନ୍ଦ୍ରୀୟ ସୁଚନା ଆୟୋଗକୁ ଏହା ଉପରେ ଅଧିକ ଜାନକାରୀ ଦେଇଛନ୍ତି ।  ଏହି ମାମାଲା ଏକ ଆରଟିଆଇ ଚିଠା ସହ ଜଡିତ ହୋଇ ରହିଛି । ଖାତାରେ ଟଙ୍କା ଆସିବାକୁ ନେଇ ଜଣେ ବ୍ୟକ୍ତିି ପ୍ରଶ୍ନ କରିବାରୁ ଏହି ଘଟଣା କେନ୍ଦ୍ରୀୟ ସୁଚନା ଆୟୋଗ ଅଧିନକୁ ଯାଇଥିଲା । ଯାହାଙ୍କୁ ଏ ବିଷୟରେ ସବୁ ତଥ୍ୟ ମଧ୍ୟ ଦିଆଯାଇଥିଲା । ଏହି ତଥ୍ୟକୁ ଅଧିକ ଜାଣିବା ପାଇଁ ଧାରା ୨(ଏଫ୍)କୁ ଦେଖିବା ପାଇଁ କେନ୍ଦ୍ରୀୟ ସୁଚନା ଆୟୋଗ ସୁଚାଇଦେଇଛି । କ’ଣ ଏହି ଧାରା ୨(ଏଫ୍) ?
ଆରଟିଆଇର ଏହି ଧାରା ମୁତାବକ ସୁଚନାର ଅର୍ଥ ହେଉଛି ଇ-ମେଲ, ରେକର୍ଡ, ଦସ୍ତାବିଜ, ମେମୋ, ପ୍ରେସ୍ ବିଜ୍ଞପ୍ତି, ଡାଟା, ଅନୁବନ୍ଧ, ଅର୍ଡର ଇତ୍ୟାଦି ଯାହା ଇଲେକ୍ଟ୍ରୋନିକ ବା କୌଣସି ଉପାୟରେ ମହଜୁଦ ଥିବ ଏବଂ ଯାହାକୁ ଲୋକ ସହଜରେ ବ୍ୟବହାର କରୁଥିବେ । ଲୋକସଭା ନିର୍ବାଚନ ସମୟରେ ମୋଦି ୧୫ ଲକ୍ଷ ଟଙ୍କାର କଥା ଉଠାଇଥିଲେ ।
୨୦୧୪ ମସହାରେ ଲୋକସଭା ନିର୍ବାଚନ ସମୟରେ ଏକ ର୍ୟାଲିରେ କହିଥିଲେ “ ଆମର ଚୋରି ହୋଇଥିବା ଟଙ୍କା ଫେରସ୍ତ ହେବା ଦରକାର କି ନାହିଁ ? କ’ଣ କଳାଧନ ଫେରସ୍ତ ଆସିବାନି ? ଚୋର,ଡକାୟତଙ୍କଠାରୁ ଗୋଟିଏ ଗୋଟିଏ ଟଙ୍କା ଲେଉଟି ଆସିବା ଦରକାର କି ନାହିଁ ? ଏହି ଟଙ୍କା ଉପରେ ଜନତାଙ୍କ ହକ୍ ରହିଛି କି ନାହିଁ ? ଏହି ଚୋର,ଡକାୟତଙ୍କ କଳାଧନ ବିଦେଶୀ ବ୍ୟାଙ୍କରେ ଯେଉଁ ପଡିରହିଛି ତାକୁ ଯଦି ଭାରତ ନେଇ ଆସିବା ତେବେ ଦେଶର ଗରିବ ଲୋକଙ୍କ ଆକାଉଣ୍ଟକୁ ଏମିତିରେ ୧୫-୨୦ ଲକ୍ଷ ଟଙ୍କା ମିଳିଯିବ ।”୨୦୧୬ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ କହିଥିଲେ, ଜନଧନ ଖାତାରେ ଯେଉଁମାନେ ଅଧିକ ପଇସା ଲଗାଇଛନ୍ତି ସେମାନଙ୍କ ଟଙ୍କାକୁ ଗରିବଙ୍କ ମଧ୍ୟରେ ବଣ୍ଟାଯିବ । ଦ୍ୱିତୀୟବାର
ଖାତାରେ ଟଙ୍କା ଆସିବା କଥା ମୋଦି ନୋଟବନ୍ଦୀ ସମୟରେ କହିଥିଲେ । ମୁରାଦବାଦଠାରେ ହୋଇଥିବା ଏକ ର୍ୟାଲିରେ ମୋଦି କହିଥିଲେ, “ମୁଁ ଭାବୁଛି ଗରିବର ଖାତାରେ ଯେଉଁମାନେ ଟଙ୍କା ଡିପୋଜିଟ୍ କରିଛନ୍ତି ସେମାନେ ଜେଲ୍ ଯିବେ ଏବଂ ଏହି ଟଙ୍କା ଗରିବର ଘରକୁ ଯିବ । କିନ୍ତୁ ଯିଏ ବି ଏହି ଟଙ୍କା ଗରିବ ଲୋକର ଜନଧନ ଖାତାରେ ଡିପୋଜିଟ୍ କରିଛନ୍ତି ଏହି ଟଙ୍କାକୁ ନ ଉଠାଇବାକୁ ସମସ୍ତଙ୍କୁ ଅନୁରୋଧ ।” ସେତେବେଳେ ମୋଦିଙ୍କ କଥାରେ ଦମ୍ ଥିଲା ଭଳି ଲାଗୁଥିଲା କାରଣ ନୋଟବନ୍ଦୀ ପରେ ୨୫ କୋଟି ଜନଧନ ଖାତାକୁ ୨୧ ହଜାର କୋଟି ଟଙ୍କା ଜମା ହୋଇ ଯାଇଥିଲା । ୨୦୧୫ ଫେବୃୟାରୀ ମାସରେ ଅମିତ ଶାହ ଏହି କଥାରେ କହିଥିଲେ “ ସବୁ ପରିବାରର ଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା ଅର୍ଥହୀନ । ଭାଷଣକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରୟାସ ମାତ୍ର ଥିଲା ।