କେନ୍ଦ୍ରାପଡା : ଛଘରିଆରେ ଘୂଣ୍ଣିଝଡର ତାଣ୍ଡବ, ପବନରେ ଉଡିଲା ଘରର ଛପର

54

କନକ ବ୍ୟୁରୋ : କେନ୍ଦ୍ରାପଡା ବ୍ଲକ୍ ଛଘରିଆରେ ଘୂଣ୍ଣିଝଡର ତାଣ୍ଡବ । କାଳବୈଶାଖୀ ପ୍ରଭାବରେ ହଠାତ ଘୂର୍ଣ୍ଣିଝଡ ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋରରେ ପବନ ବହିବାରୁ ଅନେକ ଘରର ଛପର ଉଡିଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ଯାଇଛି । ବିଦ୍ୟୁତ୍ ଖୁଂଟ ମଧ୍ୟ ଭାଙ୍ଗି ପଡିଛି । ଫଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ।

ମନ୍ଦିରର ଚୂଡା ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଅପରାହ୍ଣ ସାଢ଼େ ଦୁଇଟାରେ ମାଡି ଆସିଥିଲା ଏହି ଘୂର୍ଣ୍ଣି ଝଡ । ଆଉ ନିମିଷକ ମଧ୍ୟରେ ଘଟାଇ ଥିଲା ପ୍ରଳୟ । ପବନ ସାଙ୍ଗକୁ ବର୍ଷା ବାସହୀନ କରି ଦେଇଛି ଗାଁର ଅଧିକାଂଶ ପରିବାରକୁ । ନିକଟରେ ଥିବା ଏକ ଧାନ ମିଲ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମିଲରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଧାନ ଓ ଚାଉଳରେ ପାଣି ପଶିଯାଇଥିବା ଜଣାପଡିଛି ।