କେନ୍ଦ୍ରାପଡାରେ ଚାଲିଛି ନେତା ଅଭିନେତା ଲଢେଇ । ବିଜେପି ଲୋକସଭା ପ୍ରାର୍ଥ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଓଲିଉଡ ଷ୍ଟାର ବାବୁସାନଙ୍କ କ୍ୟାମ୍ପେନିଂ

ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଟକ୍କର ଦେଉଛନ୍ତି ଅନୁଭବ ମହାନ୍ତି

333

କନକ ବ୍ୟୁରୋ: ମତଦାନର ତାରିଖ ପାଖେଇବା ସହ ପ୍ରଚାର ମଧ୍ୟ ସରଗରମ ହୋଇଛି । ପ୍ରଚାର ମଇଦାନରେ ରାଜେନତା ସହ ଅଭିନେତାଙ୍କୁ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେପିରୁ ବୈଜୟନ୍ତ ପଣ୍ଡା ଫାଇଟ୍ କରୁଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି ।

ଏବେ ଏହି ଆସନ ପାଇଁ ପ୍ରଚାର ଯୋରସୋରରେ ଚାଲିଛି । ଅନୁଭବ ଦଳର ବିଧାୟକ ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଜନସଭାରେ ଅନୁଭବଙ୍କୁ ଆକ୍ଷେପ କରି ବାବୁସାନ କହିଛନ୍ତି, କେନ୍ଦ୍ରାପଡାର ବିକାଶ ପାଇଁ ରିଲ ହିରୋ ନୁହେଁ ରିଅଲ ହିରୋ ଦରକାର । କେନ୍ଦ୍ରାପଡାବାସୀଙ୍କ ବିକାଶ ପାଇଁ ଡାଇଲଗ ନୁହେଁ ମାଟିର ମଣିଷ, ରିୟଲ ହିରୋ ଦରକାର ।

ବାବୁସାନଙ୍କ ଆକ୍ଷେପର ଉତରରେ ଅନୁଭବ କହିଛନ୍ତି, ୬ ବର୍ଷ ହେବ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀଭାବେ କାମ କରୁଛି, ୫ ବର୍ଷ ରାଜ୍ୟସଭା ସାଂସଦ ରହିଛି, ରାଜନୀତି ସିଖୁଛି । ପ୍ରଚାର ପାଇଁ ତାଙ୍କୁ ଡାକିଥିବା ବ୍ୟକ୍ତି ଯାହା ସ୍କ୍ରିପଟ୍ ଲେଖିଛନ୍ତି, ସେ ସେହି କଥା କହିଛନ୍ତି, ଏହାର ଉତର କେନ୍ଦ୍ରାପଡାବାସୀ ଦେବେ । ରିୟଲ ହିରୋ ହେବା ପାଇଁ ସେ ଲୋକଙ୍କ ପାଇଁ କାମ କରିବେ ।