କେନ୍ଦ୍ରାପଡା : ଗିରଫ ହେଲା ଲୁଚକାଳି ଖେଳି ପୋଲିସକୁ ନାକେଦମ୍ କରିଥିବା ଚୋର

27

କନକ ବ୍ୟୁରୋ : ଗିରଫ ହୋଇଛି ପୋଲିସକୁ ନାକେଦମ୍ କରିଥିବା ଚୋର । ଗତକାଲି ରାତିରେ ଶୋଇଯିବା ପରେ ଚୋର ବାବୁନା ଦାସକୁ ଗିରଫ କରିଛି ପୋଲିସ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ବଣିଆମାଳ ଗାଁର । ବାବୁନା ଗାଁରେ ଚୋରି କରି ନିଜ ଘରେ ଲୁଚିଥିଲା । ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ବାବୁନାକୁ ଗିରଫ କରିବାକୁ ଆସିଥିଲା । ହେଲେ ପୋଲିସକୁ ପନିକି ଦେଖାଇ ଚୋର ଧମକ ଦେଇ ଘରେ ପୁରାଇ ଦେଇନଥିଲା । ପରେ ପୋଲିସ ଅପରାହ୍ନରେ ଫେରିଯାଇ ପୁଣି ରାତିରେ ଆସି ଶୋଇଥିବା ବେଳେ ବାବୁନାକୁ ଗିରଫ କରିନେଇଛି ।