କେନ୍ଦ୍ରାପଡା ଜିଲ୍ଲା ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ବ୍ୟବସାୟୀଙ୍କୁ ଗୁଳି କରିବା ଘଟଣା ଓ ଅପରାଧୀକୁ ଗିରଫ ନକରିବା ପ୍ରତିବାଦରେ ବନ୍ଦ ଡାକରା

କଟକ-ଚାନ୍ଦବାଲି ରାସ୍ତାର ତିନିମୁହାଣି ଛକରେ ରାସ୍ତାରୋକ

136

କନକ ବ୍ୟୁରୋ: ଆଜି କେନ୍ଦ୍ରାପଡା ବନ୍ଦ । ବ୍ୟବସାୟୀଙ୍କୁ ଗୁଳିମାଡ କରିବା ଓ ଅଭିଯୁକ୍ତକୁ ଗିରଫ କରାନିଯିବା ପ୍ରତିବାଦରେ ୧୨ଘଂଟିଆ ବନ୍ଦ ଡାକରା ଦେଇଛି ବଣିକ ସଂଘ । ସକାଳୁ ସକାଳୁ ତିନି ମୁହାଣି ଛକରେ କଟକ-ଚାନ୍ଦବାଲି ବ୍ୟବସାୟୀ ସଂଘ ପକ୍ଷରୁ ରାସ୍ତା ରୋକ୍ କରାଯାଇଛି । ଶନିବାର ରାତିରେ ତିନି ମୁହାଣି ବ୍ୟବସାୟୀ ସଂଘର ସଭାପତି ବିବେକାନନ୍ଦ ମହାରଣାଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏହାର ପ୍ରତିବାଦରେ ରବିବାର ରାସ୍ତାରୋକ୍ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ବିଫଳ ହେବାରୁ ଆଜି କେନ୍ଦ୍ରାପଡା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ ।

ସୂଚନାଯୋଗ୍ୟ, ବାବୁଲିଙ୍କୁ ଦଣ୍ଡାମୁଣ୍ଡ ଛକରେ ୨ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯିବା ପରେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି। ଯାହାକୁ ନେଇ ରବିବାର ସହରର ଗରାପୁର,ଦଣ୍ଡାମୁଣ୍ଡ ଛକ, ତିନମୁହାଣି, ଦୁହିରିଆସ୍ଥିତ ଜାତୀୟ ଓ ରାଜ୍ୟ ରାଜପଥଠାରେ ରାସ୍ତାରୋକୋ ହେବାସହ ସହରର ପ୍ରବେଶ ସ୍ଥାନଗୁଡିକରେ ଟାୟାର ଜାଳି ରାସ୍ତାରୋକୋ କରାଯାଇଥିଲା। ଜିଲ୍ଲା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଏବେବି ଜାରିରହିଛି ।