କେନ୍ଦ୍ରାପଡା କନ୍ଦଳ : ବିଜେଡିର ୨ ହେଭିୱେଟ୍ ନେତାଙ୍କ ମଧ୍ୟରେ ଜାରିରହିଛି ଛାୟାଯୁଦ୍ଧ

27

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇଛି । ବିଜେଡିର ଦୁଇ ତୁଙ୍ଗ ନେତା ମୁହାଁମୁହିଁ ହୋଇଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମଧ୍ୟରେ ଚାଲିଥିବା ଛାୟାଯୁଦ୍ଧ ଜୋରଦାର ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ମହାକାଳପଡ଼ା ଗସ୍ତ ବେଳେ ବୈଜୟନ୍ତଙ୍କୁ ମହାକାଳପଡ଼ାରେ ପୂରାଇ ନଦେବାକୁ ଅତନୁଙ୍କ ସମର୍ଥକ ଧମକ ଦେଇଥିଲେ । ତେବେ ମୁଁ ନିଶ୍ଚିତ ଯିବି କହି ଏହାକୁ ଚ୍ୟାଲେଂଜ କରିଥିଲେ ସାଂସଦ । ବାଟରେ ମଧ୍ୟ ସାଂସଦଙ୍କ ଗାଡିକୁ ରୋକା ଯାଇଥିବା ସୂଚନା ମିଳିଛି ।

ପୁଲିସର ସୁରକ୍ଷା ବଳୟରେ ବୈଜୟନ୍ତ ସଭାସ୍ଥଳରେ ପହଁଚିଥିଲେ, ସେଠାରେ ମଧ୍ୟ ତାଙ୍କୁ ଠେଲାପେଲା କରାଯାଇଥିବା ସୂଚନା ମିଳିଛି । ପୁଲିସ ଓ ଅତନୁଙ୍କ ସମର୍ଥକ ଧସ୍ତଧସ୍ତି ହୋଇଛନ୍ତି । ତେବେ ବିରୋଧ ସତ୍ୱେ ମହାକାଳପଡ଼ାରେ ପହଁଚିଛନ୍ତି ସାଂସଦ । ଦୁଇ ନେତାଙ୍କ ସମର୍ଥକ ମୁହଁମୁହିଁ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ କେନ୍ଦ୍ରପଡ଼ା ବିଜେଡି ଦୁଇ ଭାଗ ହୋଇଯାଇଛି ।