ନୈତିକତା ନା ଚାପ ! ଚଂଚକତା ଧରା ପଡିବା ପରେ ଚାପରେ କେନ୍ଦ୍ରାପଡା ବିଧାୟକ

26

କନକ ବ୍ୟୁରୋ : ଦୀର୍ଘ ୪ ଦିନର ବିବାଦ ପରେ ନେତା କହିଲେ ନୈତିକତାର କଥା । ଯିଏ ନିଜ ଧର୍ମପତ୍ନୀଙ୍କୁ ରାଜନୀତିରେ ପଦବୀଟିଏ ଯୋଗାଇ ଦେବାକୁ ନୀତି ନୈତିକତାକୁ ବଳି ଦେଇଥିଲୋ ସେହି ନେତା ଏବେ କହୁଛନ୍ତି ନିର୍ବାଚନ ଫଳ ଘୋଷଣା ପରେ ସ୍ତ୍ରୀ ଇସ୍ତଫା ଦେବେ । ବିଧାୟକ କିଶୋର ତରାଇଙ୍କ ଏହି ପ୍ରତିଶୃତି ,ପଂଚାୟତ ରାଜନୀତିର ନିଆଁକୁ ଲିଭାଇବା ପରିବେର୍ତ୍ତେ ଆହୁରି ଜଳାଇଛି । କାରଣ ପ୍ରଶ୍ନ ଉଠୁଛି ,କାହିଁକି ଇସ୍ତଫା ଦେବେ ପତ୍ନୀ ବବିତା ତରାଇ । ସତରେ କଣ ସରକାରୀକଳକୁ ବ୍ୟବହାର କରି ବିରୋଧୀ ପ୍ରାର୍ଥୀଙ୍କ ନାମାଙ୍କନକୁ ପ୍ରତ୍ୟାହାର କରାଇଥିଲେ କି ବିଧାୟକ । ସତକଥା ନବୀନ୍ ଜାଣିବା ପରେ ବିଧାୟକଙ୍କ ଉପରେ ଇସ୍ତଫାର ପ୍ରତିଶୃତି ଦେବାକୁ ପକାଇଛନ୍ତିକି ଚାପ । କାରଣ ଦିନକ ପୂର୍ବରୁ କିଶୋର କହୁଥିଲେ ଚଂଚକତା ହୋଇନି ।

ସେପଟେ ବିଧାୟକଙ୍କ ବେଆଇନ୍ କାମ ଏବେ ବିରୋଧୀଙ୍କ ପାଇଁ ପାଲଟିଛି ଗରମାଗରମ୍ ପ୍ରସଙ୍ଗ । ନବୀନଙ୍କ ଟିମକୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । କେବଳ ସେତିକି ନୁହେଁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ବି ଲଗାଇଛନ୍ତି ପ୍ରଶ୍ନ ।

ଅନ୍ୟପକ୍ଷରେ ଏହି ଘଟଣାର ଦ୍ୱିତୀୟ ଖଳନାୟକ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ନିଲମ୍ବନ ନକରି କାହିଁକି କେବଳ ବଦଳି କରାଗଲା ,ତାକୁ ନେଇ ପ୍ରଶ୍ନଉଠିଛି । ବିରୋଧୀଙ୍କୁ ଚୁପ୍ କରିବାକୁ ଓ ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ବଦଳି ଏକ ବାହାନା ଥିଲା କି । ନା ବିଡିଓକୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନଙ୍କ ପାଖରେ କ୍ଷମତା ରହିଛି ।

ଦେଖନ୍ତୁ ଏହି ଭିଡିଓ –