କେନ୍ଦ୍ରାପଡା କଲେଜରେ ବିଧାୟକ କିଶୋର ତରାଇଙ୍କୁ ତୀବ୍ର ବିରୋଧ

48

କନକ ବ୍ୟୁରୋ : କେନ୍ଦ୍ରାପଡ଼ା କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ଆଜି କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ କଲେଜରେ ଏକ ନିର୍ମାଣ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ଥିଲା । ଏହାକୁ ବିରୋଧ କରି କଲେଜର ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଏବିଭିପି ସମର୍ଥକ ଛାତ୍ରଛାତ୍ରୀମାନେ।

କଲେଜରେ ବିଧାୟକଙ୍କ ଯୋଗଦେବାକୁ କେନ୍ଦ୍ର କରି ଆଜି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏହାପରେ ବିଜେଡ଼ି ସମର୍ଥକ ଛାତ୍ର ଓ ବିଦ୍ୟାର୍ଥୀ ପରିଷଦ ଛାତ୍ରଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା । ବିଜେଡି ସମର୍ଥିତ ଛାତ୍ରମାନେ ଜୋର ଜବରଦସ୍ତ ଫାଟକ ଖୋଲି ଦେଇଥିଲେ । ଏହାର କିଛି ସମୟ ପରେ ବିଧାୟକ କିଶୋର ଚନ୍ଦ୍ର ତରାଇ ବିଜେଡି କର୍ମୀମାନଙ୍କ ସହ କଲେଜ ପରିସରକୁ ଆସିଥିଲେ ।

ଏହି ସମୟରେ ବିଦ୍ୟାର୍ଥୀ ପରିଷଦର ଛାତ୍ର ଓ କଂଗ୍ରେସ ଛାତ୍ରମାନେ କିଶୋରଙ୍କ କାର୍ ସମ୍ମୁଖରେ ସ୍ଲୋଗାନ୍ ଦେବା ସହିତ କଲେଜ ପରିସରରେ ରାଜନୀତି ନ କରିବାକୁ ଚେତାବନୀ ଦେଇଥିଲେ । ପ୍ରତିବାଦ ଏତେ ଅଧିକ ହୋଇଥିଲା ଯେ, ବିଧାୟକ କିଶୋର ତରାଇ କଲେଜର ପଛ ଫାଟକ ଦେଇ ବାହାରକୁ ଚାଲିଯାଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –