ଶିକୁଳିରେ ବନ୍ଧା ଅଭିନେତ୍ରୀ ! ମାନସିକ ବିକୃତି ଯୋଗୁଁ ୩ ବର୍ଷ ହେବ ହାତରେ ପଡିଛି ଲୁହାର ଶିକୁଳି

43

କନକ ବ୍ୟୁରୋ : ଦିନେ ହଜାର ହଜାର ଦର୍ଶକଙ୍କ ଆଗରେ ଯେଉଁ ଝିଅ ପାଦରେ ଘୁଙ୍ଗୁର ବାନ୍ଧି ହାତରେ ମେହେନ୍ଦି ଲଗାଇ ନିଜ ନିଖୁଣ ଅଭିନୟ କରି ନିଜେ ତଥା ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରି ପାରୁଥିଲେ ଆଜି ସେ ଅଭିନେତ୍ରୀଙ୍କ ହାତରେ ଲୁହାର ଶିକୁଳି । ହଠାତ୍ ମାନସିକ ବିକୃତି ଦେଖାଦେବାରୁ ଅଭିନୟ କରୁ କରୁ ତାଙ୍କ ଜୀବନରେ ଘୋଟିଗଲା କଳାବାଦାଲ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରଜ ଗାଁର ଶିବ ସାମଲଙ୍କ ଝିଅ ବଦନୀ ସାମଲ । ବୟସ ୨୧ ବର୍ଷ । ୪ର୍ଥ ଶ୍ରେଣୀ ପାଠ ପଢୁଥିବା ବେଳେ ଅଭିନୟ ପ୍ରତି ଆକୃଷ୍ଟ ହୋଇ ରଙ୍ଗମଂଚକୁ ଆପଣେଇଥିଲେ ବଦନୀ । ରାମଲୀଳା ଯାତ୍ରାରେ ନିଖୁଣ କଳାକାର ଭାବେ ସୀତା ଭୂମିକାରେ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନ ମୋହୁଥିଲେ । କିନ୍ତୁ ହଠାତ ଅଭିନୟ ଜୀବନରେ ଘୋଟିଗଲା କଳାବାଦଲ ।

ଆଜକୁ ୩ ବର୍ଷ ତଳେ ହଠାତ୍ ଅଭିନୟ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ସାଥି କଳାକାର ମାନେ ବଦନୀକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଅନ୍ଧବିଶ୍ୱାସକୁ ଆପଣେଇ ଗୁଣି ଗାରେଡ଼ି ଠାରୁ ଆରମ୍ଭ କରି ଦେବାଦେବୀ ପର୍ଯ୍ୟନ୍ତ ନେଇ ବଦନୀଙ୍କୁ ଭଲ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ଼ାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ୬ ମାସ ପାଇଁ ସେ ଠିକ୍ ହୋଇଯାଇଥିଲେ ।

ହେଲେ ପୁନର୍ବାର ପୁଣି ବଜନୀଙ୍କ ମୁଣ୍ଡ ବିକୃତ ହୋଇଗଲା । ଯାହାଫଳରେ ଖାଇବା ଶୋଇବା ବଜନୀଙ୍କ ପାଇଁ ସାତ ସପନ ହୋଇଯାଇଛି । ବଜନୀଙ୍କ ହାତରେ ପଡିଛି ଲୁହାର ଶିକୁଳି । ଶିବ ସାମଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ସାମଲ ଦିନ ମଜୁରିଆ ଭାବେ କାମ କରିନ୍ତି । ପ୍ରତିଦିନ କାମକୁ ଗଲେ ପେଟକୁ ଗଣ୍ଡେ ଦାନା ମିଳେ । ଏଭଳି ସ୍ଥିତିରେ ବଦନୀର ଅବସ୍ଥା ବୁଢା ବାପା ମାଆଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ନା ଅଛି ଘର ନା ରାସନ କାର୍ଡ ।

ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ । ଏପଟେ ଝିଅର ଚିକିତ୍ସା କରିବାକୁ ଅର୍ଥ ବାରିଦୁଆର ଶୁଣ୍ଡି ପିଣ୍ଢା ହେଉଛନ୍ତି ବାପା ମା । ତେବେ ହି ଖବର ପଶାସନ ନିକଟରେ ପହଁଚିବା ପରେ ପଶାସନ ବଢାଇଛି ସାହାଯ୍ୟର ହାତ । ଜିଲ୍ଲା ପ୍ରଶାସନ ବଦନୀକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି କଟକ ବଡ ମେଡିକାଲକୁ । ରଂଗମଂଚରେ ନିଖୁଣ ଅଭିନୟ କରୁଥିବା ବଦନୀ ସରକାରଙ୍କ ସାହାଯ୍ୟ ପାଇଲେ ସୁସ୍ଥ ହେବେ । ପୁଣି ଅଭିନୟ କରି ଦର୍ଶକଙ୍କ ମନ କିଣିବେ ଓ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିପାରିବେ ବୋଲି ବୁଢା ବାପା ମାଆ ଆଶା ରଖିଛନ୍ତି ।