ଅପରାଧୀ ଗୋଡରେ ପୋଲିସ ଗୁଳି : କେନ୍ଦ୍ରାପଡାରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ଓରଫ ବିଭୁକୁ ଏନକାଂଉଟର

42

କନକ ବ୍ୟୁରୋ : ପ୍ରତାପ ଗୋଡରେ ପୁଲିସ ଗୁଳି । କେନ୍ଦ୍ରାପଡାରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁକୁ ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ପୁଲିସ ବିଭୁ ଉପରକୁ ଗୁଳି ଚାଳନା କରିଥିଲା । ପ୍ରତାପର ଦୁଇଟି ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଭିନ୍ନ ଥାନାରେ ବିଭୁ ନାଁରେ ୪୦ରୁ ଅଧିକ ମାମଲା ରହିଛି । ଦାଦାବଟି,ଜେସିବି ପୋଡି ଠିକାଦାରଙ୍କୁ ଗୁଳି ଭଳି ବିଭିନ୍ନ ମାମଲା ପ୍ରତାପ ନାଁରେ ରହିଛି ।

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପୁଲିସ ପକ୍ଷରୁ ଆଜି ଭୋରରୁ ବିଭୂ ସାହୁ ନାମକ ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି ।  ପୁଲିସ ସୂତ୍ରରୁ ପ୍ରକାଶ ଯେ ଦାଦାବାଟି ଆଦାୟ କରିବା, ଦାଦାବାଟି ପାଇଁମରଣାନ୍ତକ ଆକ୍ରମଣ କରିବା, ହତ୍ୟା ଉଦ୍ୟମ, ଦାଦାବଟି ପାଇଁ ଠିକାରଦାରଙ୍କ ଜେସିବି ପୋଡ଼ିବା ଆଦି ଘଟଣାରେ ବିଭୂପ୍ରସାଦ ସାହୁ ଓରଫ ପ୍ରତାପ ସମ୍ପୃକ୍ତଥିବା ନେଇ ଅଭିଯୋଗ ଥିଲା । ଏପରିକି ଗତ ୨୦୧୨ ମସିହାରେ ମହାକାଳପଡ଼ା ପୁଲିସ ବିଭୂଙ୍କୁ ଏନକାଉଣ୍ଟର କରିଥିଲା । ବିଭୂଙ୍କ ଗୋଡ଼ର ସେତେବେଳେ ଗୁଳି ବାଜିଥିଲା।  ତେବେ ଏହା ପରେ ବିଭୂ ଜାମିନ୍‌ରେ ବାହାରକୁ ଆସି ପୁଣି ପୂର୍ବ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲା । ଆଜି ଭୋରରୁ ବିଭୂ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ତାଙ୍କୁ ପାଟକୁରା ପୁଲିସ ଅଟକାଇଥିଲା । ମାତ୍ର ପୁଲିସକୁ ଚକ୍‌ମା ଦେଇ ବିଭୂ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ଗୁଳି ଚଳାଇଥିଲା । ଦୁଇଟି ଗୁଳିି ବିଭୂର ଦୁଇ ଗୋଡ଼ ଆଣ୍ଠୁରେ ବାଜିଛି। ।