ପଟ୍ଟାମୁଣ୍ଡାଇ ବନ୍ଦ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ବନ୍ଦ ପାଳନ

27

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇରେ ବନ୍ଦ ପାଳନ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ବନ୍ଦକୁ ବଣିକ ସଙ୍ଘ ସମର୍ଥନ ଜଣାଇବା ସହ ଦୋକାନ ବଜାର ବନ୍ଦ ରହିଛି । ଫଳରେ ଶହ ଶହ ଗାଡି ମୋଟର ରାସ୍ତାରେ ଅଟକି ରହିଛି ।

୧୯୯୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଗଠନ ପରେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ୍ ମାନ୍ୟତା ପାଇଁ ଦାବି ହୋଇଆସୁଛି । ବିଧାନସଭା ଷ୍ଟାଣ୍ଡିଂ କମିଟି ଆଳିକୁ ସବଡିଭିଜନ୍ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେବା ପରେ ବିବାଦ ଆରମ୍ଭ ହୋଇଛି । ଏ ନେଇ ପଟ୍ଟାମୁଣ୍ଡାଇରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସର୍ବଦଳୀୟ ବୈଠକ ସଫଳ ନହେବାରୁ କଂଗ୍ରେସ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ବଜାରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।