ଭଦ୍ରକରେ କୁମ୍ଭୀର ଆତଙ୍କ !

19

କନକ ବ୍ୟୁରୋ : କେନ୍ଦ୍ରାପଡା ପରେ ଭଦ୍ରକରେ କୁମ୍ଭୀର ଆତଙ୍କ । ଭଦ୍ରକ ଜିଲ୍ଲା ନନ୍ଦପୁର ଗମେଇ ନଦୀ ପଠାରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରଟିର ଲମ୍ବ ୧୦ ଫୁଟ ୭ ଇଂଚ ହେବ । ନଦୀପଠାରେ କେତେକ ଯୁବକ କୁମ୍ଭୀରକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ବଉଳା କୁମ୍ଭୀରଟିକୁ ଉଦ୍ଧାର କରି ମନ୍ତେଇ ନଦୀରେ ଛାଡିଛନ୍ତି । ତେବେ କୁମ୍ଭୀରକୁ ନେଇ ସାଧାରଣ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।