ଏକଘରିକିଆ ହୋଇଗଲେ କି ବୈଜୟନ୍ତ ପଣ୍ଡା : କେନ୍ଦ୍ରାପଡାରେ ଜିଲ୍ଲା ବିକାଶ ଦିଶା ବୈଠକକୁ ଆସିଲେନି କୌଣସି ବିଧାୟକ

39

କନକ ବ୍ୟୁରୋ : ବିଜେଡିରେ ଏକଘରିକିଆ ହୋଇଯାଇଛନ୍ତି କି ସାଂସଦ ବୈଜୟନ୍ତ ପଣ୍ଡା । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଦିଶା ବୈଠକରେ ସାମିଲ ହେଲେନି ବିଜେଡିର ୩ ବିଧାୟକ । ଏହି ବୈଠକ ପରେ କେନ୍ଦ୍ରାପଡାରେ ବିଜେଡିର ଦଳୀୟ କନ୍ଦଳ ପୁଣି ପଦାରେ ପଡିଛି ।

ଖାଲି ସେତିକି ନୁହେଁ ଜିଲ୍ଲାର ୨ ଜଣ କଂଗ୍ରେସ ବିଧାୟକ ମଧ୍ୟ ଏହି ବୈଠକରୁ ଦୂରରେ ରହିଛନ୍ତି । ଏପରିକି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଏହି ବୈଠକରେ ଯୋଗ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାର ବିକାଶ ପାଇଁ ଆୟୋଜିତ ଦିଶା ବୈଠକରେ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଅଂଚଳରେ ଚର୍ଚ୍ଚା ହେଉଛି ଯେ, ଦଳୀୟ କନ୍ଦଳ ଆଗରେ ଜିଲ୍ଲାର ସ୍ୱାର୍ଥ ବଳି ପଡିଛି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ବସିଥିବା ବୈଠକରେ କେବଳ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଯୋଗ ଦେଇଥିଲେ  ।