ନଦୀ ଗର୍ଭରେ ଲୀନ ହୋଇଯିବ କି ଗାଁ ? ମହାକଳପଡା ଲୁଣା ନଦୀ ବନ୍ଧରୁ ୫୦ ଫୁଟର ଅତଡା ଖସିବାରୁ ଆତଙ୍କରେ ଆଶ୍ରମବାଲିକୁଦା ଗାଁର ୧୦ଟି ପରିବାର

70

କନକ ବ୍ୟୁରୋ : ନଦୀବନ୍ଧରେ ଅତଡା ଖସି ଆତଙ୍କିତ ଗ୍ରାମବାସୀ । ପ୍ରାୟ ୫୦ ଫୁଟ ଲମ୍ବର ଅତଡା ହଠାତ୍ ଖସିବାରୁ ଚିନ୍ତାରେ ନଦୀକୁଳିଆ ବାସିନ୍ଦା । ୧୦ ପରିବାରର ଲୋକଙ୍କ ଆଖିରୁ ନଦୀ ଚୋରି କରିଛି ଲୁଣା ନଦୀ ବନ୍ଧର ଏହି ଘାଇ । ଜନବସତି ଠାରୁ ଢେର ଦୂରରେ ଥିବା ନଦୀ ତାର ଗତିପଥ ବଦଳାଇ ପହଁଚିଲାଣି ଘର ଅଗଣାରେ । ଏ ବିଷୟରେ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ନଶୁଣୁଥିବାର ଅଭିଯୋଗ ହୋଇଛି ।

ଲୁଣା ନଦୀ କୂଳରେ ରହିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକର ଆଶ୍ରମ ବାଲିକୁଦା ଗାଁ । ଏବେ ଏହି ଗାଁର ୧୦ଟି ପରିବାରର ଆଖିରୁ ନିଦ ହଜେଇ ଦେଇଛି ନଦୀ ବନ୍ଧରୁ ଖସୁଥିବା ଅତଡା । ପ୍ରାୟ ୫୦ ଫୁଟ ଅତଡା ଖସିବାରୁ ନଦୀ ଏବେ ଘର ଅଗଣାରେ ପହଂଚିଛି । ପୁର୍ବରୁ ଗାଁ ଠାରୁ ଢେର ଦୂରରେ ବହୁଥିବା ନଦୀ ଏବେ ତାର ଗତିପଥ ବଦଳାଇ ଜନବସତି ଆଡକୁ ମାଡି ଆସୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଲୁଣା ନଦୀ ବନ୍ଧରେ ୫୦ ଫୁଟ ଲମ୍ବ ଏବଂ ୩୦ ଫୁଟରୁ ଅଧିକ ଗଭୀରର ଅତଡା ଖସିଛି । ଫଳରେ ଗ୍ରାମବାସୀ ଘର ଅଗଣାରେ ଫାଟ ସୃଷ୍ଟି ହୋଇଛି ।

ଏବିଷୟରେ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । କିନ୍ତୁ ଅଫ୍ କ୍ୟାମେରାରେ ସରକାରୀ ବାବୁ କରିଛନ୍ତି, ୨୫ ବର୍ଷ ତଳେ ଏହି ସ୍ଥାନାରେ ଲୁଣା ନଦୀ ବନ୍ଧର ମରାମତି ହୋଇଥିଲା । ନଦୀର ପ୍ରଖର ଶ୍ରୋତ ଯୋଗୁ ବନ୍ଧ ଅତଡା ଖସୁଛି । ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ଏଷ୍ଟିମେଂଟ ଫାଇନାଲ ହେଲେ ପୁଣି ମରାମିତ କାମ କରାଯିବ । ବିଭାଗୀୟ କର୍ତୃପକ୍ଷ ଅତଡା ଖାଇଥିବା ସ୍ଥାନଟିକୁ ଯଥାସିଘ୍ର ମରାମତି କରି ଆତଙ୍କିତ ପରିବାରର ସମସ୍ୟା ସମାଧାନ କରିବା ପାଇଁ ଦାବି ହେଉଛି ।

Comments are closed.