ଘୂର୍ଣ୍ଣିଝଡରେ ଭାଙ୍ଗିଲା ୩୦ ଘର, ବାସହରା ହେଲେ ଅନେକ ପରିବାର : ରନ୍ଧାଖାଦ୍ୟ ସହ ସ୍ଥାନୀୟ ବିଦ୍ୟାଳୟରେ ରହିବାପାଇଁ ପ୍ରଶାସନ ପାଖରେ ଦାବି

35

କନକ ବ୍ୟୁରୋ : ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ଘୂର୍ଣ୍ଣଝଡ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ଗତକାଲି ରାତିଠୁ ଆରମ୍ଭ ହୋଇଥିବା ବର୍ଷା ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରିଦେଇଛି । ତେବେ ଏପରି ସମୟରେ ପ୍ରବଳ ପବନ ବୋହିବାରୁ କେନ୍ଦ୍ରପଡା ଜିଲ୍ଲା ମହାକାଳ ପଡା ଅନ୍ତର୍ଗତ ମହାନଙ୍ଗଳା ଗ୍ରାମରେ ଘୂର୍ଣ୍ଣିଝଡ ହେବାରୁ ପାଖାପାଖି ୩୦ ରୁ ଉଦ୍ଧ୍ୱର୍ ଘରର ଛପର ଉଡିଯାଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ସାରା ଗ୍ରାମରେ ବିଦ୍ୟୁତ ଖୁଣ୍ଟ ଉପୁଡିପରିବାରୁ ଗତକାଲି ରାତିରୁ ହିଁ ଗ୍ରାମବାସୀ ରହିଥିବା ଖବର ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ହଠାତ୍ ନିକଟରେ ଥିବା ପାଇକା ନଦୀ ପଟରୁ ପବନ ହୋଇଥିଲା । କେହି କିଛି ବୁଢିବା ପୂର୍ବରୁ ପ୍ରକୃତି ରଚି ସାରିଥିଲା ତାଣ୍ଡବ ରୂପ । ପାଖାପାଖି ୩୦ ମିନିଟରୁ ଅଧିକ ସମୟ ପବନ ହେବାପରେ କମିଥିଲା । ଏହାପରେ ସାରା ଗାଁ ରେ ବଡବଡ ଗଛ ସହ ଘରର ଛପର ଉଡିଯାଇଥିବା ଦେଖିଥିଲେ ଗ୍ରାମବାସୀ ।

ସୂଚନା ଅନୁସାରେ ଗ୍ରାମର ୪ ଜଣ ଲୋକ ଏହି ଘୂର୍ଣ୍ଣଝଡରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିସô୍ା ହେଉଛନ୍ତି । ବର୍ଷାରେ ଘର ଭାଙ୍ଗିବା ସହ ରାସ୍ତାସାରା ଗଛ ପଡିରହିଥିବାରୁ ମହାନଙ୍ଗଳା ଗ୍ରାମ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି । ତେବେ ଖବର ପାଇ ମାର୍ଶାଘାଇ ତହସିଲଦାର ଓ ଆଇଆଇସିଙ୍କ ସହ ଦମକଳ ବାହିନୀ ପହଞ୍ଚି ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ଚାଳଛପର ଉଡିଯାଇଥିବାରୁ ଲୋକମାନେ ରନ୍ଧାବଢା କରିପାରୁନଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ବର୍ଷାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତ ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଇଥିବା ସ୍ଥାନୀୟ ବାସିନ୍ଦାମାନେ ଗଣମାଧ୍ୟମକୁ କହିଛନ୍ତି ।