ମହାକାଳପଡ଼ା ସାମୁଦ୍ରିକ ଥାନାର ସବ-ଇନସପେକ୍ଟର ୧୦୦୦ଟଙ୍କା ଲାଞ୍ଚ ନେଉଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ : ପୋଲିସ ବିଭାଗକୁ ନେଇ ଉଠିଲା ପ୍ରଶ୍ନ

32

କନକ ବ୍ୟୁରୋ : ଅନେକ ସମୟରେ ପୋଲିସ ମାନଙ୍କ ନାମରେ ଅନେକ ଅଭିଯୋଗ ଆସେ । ଯେପରି କି ଲୋକମାନେ ଅଭିଯୋଗ କରନ୍ତି ଯେ, କୈାଣସି ବ୍ୟକ୍ତି ଥାନାରେ କୈାଣସି ମାମଲା ଋୁଜୁ କଲେ ପୋଲିସ ଲାଞ୍ଚମାଗେ ତ କେତେବେଳେ ଯାହା ନାମରେ ମାମଲା ରୁୃୁ ହେଉଛି ତାହାଠୁ ମଧ୍ୟ ଲାଞ୍ଚ ନିଆଯାଏ ବୋଲି ଅଭିଯୋଗ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନାର ଇନ୍‌ସ୍‌ପେକ୍ଟର ଦାୟିତ୍ୱରେ ଥିବା ସବ୍‌-ଇନ୍‌ସ୍‌ପେକ୍ଟର ତ୍ରିଲୋଚନ ବେହେରା ଜଣେ ଯୁବକଙ୍କଠାରୁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହୋଇଛି। ଏହାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଚାଲିଛି। ଦେଖିବାକୁ ମିଳିଛି ଯେ ଶ୍ରୀ ବେହେରା ସେହି ଥାନା ଅନ୍ତର୍ଗତ ରଢିହା ଗାଁର ନିରାକାର ରାଉତଙ୍କଠାରୁ ୧ ହଜାର ଟଙ୍କା (ଦୁଇଟି ୫ଶହ ଟଙ୍କିଆ) ଲାଞ୍ଚ ନେଉଛନ୍ତି।

ଶ୍ରୀ ବେହେରା ଥାନା ଭିତରେ ଏକ ଚେୟାରରେ ବସିଛନ୍ତି। ଡାହାଣ ହାତରେ ଏକ ମୋବାଇଲ୍‌ରେ କଥା ହେଉଛନ୍ତି। ଏହି ସମୟରେ ନିରାକାର ଥାନା ଭିତରକୁ ଆସି ଦୁଇଟି ୫ଶହ ଟଙ୍କିଆ ନୋଟ୍‌କୁ ଶ୍ରୀ ବେହେରାଙ୍କ ବାମ ହାତରେ ଧରାଇ ଦେଉଛନ୍ତି। ଶ୍ରୀ ବେହେରା ଟଙ୍କା ନେଇ ସାର୍ଟ ପକେଟ୍‌ରେ ରଖୁଥିବା ଦେଖି ଭିଡିଓଟିକୁ ଥାନାର କେହି କର୍ମଚାରୀ ରେକର୍ଡିଂ କରି ଭାଇରାଲ୍‌ କରିଥିବା ନେଇ ଚର୍ଚ୍ଚା ହେଉଛି । ତେବେ କେଉଁ ମାମଲାର ରଫାଦଫା କରିବା ପାଇଁ ଥାନାବାବୁ ଜଣକ ନିରାକାରଙ୍କଠାରୁ ଟଙ୍କା ନେଉଥିଲେ ତାହା ଜଣାପଡିନାହିଁ । କିନ୍ତୁ ଘଟଣାଟି ଜଣାପଡିବା ପରେ ସାରା ରାଜ୍ୟରେ ଆଲୋଡନର ବିଷୟ ହେଉଛି । ଏପଟେ ରାଜ୍ୟ ସରକାର ସମସ୍ତ ଅଫିସରେ ବଡବଡ ଅକ୍ଷରରେ ଲେଖୁଛନ୍ତି ଯେ କୈାଣସୁ ସରକାରୀ କର୍ମଚାରୀଙ୍କୁ କୈାଣସି ପରିସ୍ଥିତିରେ ବି ଲାଞ୍ଚ ଦିଅନ୍ତୁ ନାହିଁ । ଯଦି କେହି ଟଙ୍କା ମାଗୁଛନ୍ତି ତେବେ ସେମାନଙ୍କଠାରୁ ଛାପା ରସିଦ ଦାବୀ କରନ୍ତୁ । ହେଲେ କିପରି ଭାବରେ ଜଣେ ଥାନା ଅଧିକାରୀ ଥାନା ଭିତରେ ଖୁଲମ ଖୁଲା ଲୋକମାନଙ୍ଖଠାରୁ ଟଙ୍କା ଆଦାୟ କରୁଛନ୍ତି ତାହାର ତଦନ୍ତ ଆବଶ୍ୟକ ବୋଲି ସାଧାରଣ ଜନତା ଦାବୀ କରିଛନ୍ତି ।