କେନ୍ଦ୍ରାପଡା : ପାଟକୁରା ୧୦ ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅକୁ ଅପହରଣ ଅଭିଯୋଗ

23

କନକ ବ୍ୟୁରୋ : ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅଙ୍କୁ ଅପହରଣ ଅଭିଯୋଗ । କେନ୍ଦ୍ରାପଡା ପାଟକୁରା ୧୦ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସାବିତ୍ରୀ କୁଣ୍ଡୁଙ୍କ ପୁଅ ଗଣେଶ୍ୱର କୁଣ୍ଡୁଙ୍କୁ ଅପହରଣ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗଣେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ପହଂଚି ଗଣେଶ୍ୱରଙ୍କ ବାଇକକୁ ଜବତ କରିଛି  । ପାଟକୁରାରେ ପ୍ରଥମ ପର୍ଯ୍ୟାୟ ମତଦାନ ଦିନ ବାଲାଟ ପେପର ଚିରା ଯାଇଥିବା ଓ ଭୋଟ ବାକ୍ସ ପୋଡି ଦେଇଥିବା ଯୋଗୁଁ ଏଠାରେ ସାନି ମତଦାନ ହେବ  ।

ଏହାସହ ଦେଖନ୍ତୁ ଏହି ଭିଡିଓ –