କେନ୍ଦ୍ରାପଡା : କାଜୁ ବାଡିରୁ ୮ଫୁଟ ଲମ୍ବ କୁମ୍ଭୀର ଉଦ୍ଧାର

22

କନକ ବ୍ୟୁରୋ : କାଜୁ ବାଡିରେ କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବାଲିପାଟ ଗାଁର ଜଣେ ଲୋକଙ୍କ କାଜୁ ବଗିଚା ଭିତରୁ ଏକ ୮ଫୁଟ ଲମ୍ବର ମାଇ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି । ବଗିଚାରେ ଜଣେ ମହିଳା କାଜୁ ତୋଳୁଥିବା ସମୟରେ ଏହି କୁମ୍ଭୀରଟି ଏକ ଗଛ ତଳେ ଶୋଇଥିବାର ଦେଖିବାକୁ ପାଇଥିଲେ । ମହିଳାଙ୍କୁ ଦେଖି କୁମ୍ଭୀରଟି ଏକ ଛୋଟ ବୁଦା ଜଙ୍ଗଲ ମଧ୍ୟରେ ପଶିଯାଇଥିଲା । କୁମ୍ଭୀରକୁ ଦେଖି ମହିଳା ଜଣକ ଭୟଭୀତ ହୋଇପଡିଥିଲେ । ଏବଂ ଘରକୁ ଆସି ଏହା ଜଣାଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ପରେ କୁମ୍ଭୀରଟିକୁ ଭିତର ଖରନାସୀ ଲୁଣା ଜଙ୍ଗଲ କଂଟିଆ ନାଳରେ ଛାଡିଦିଆଯାଇଥିବା କହିଛନ୍ତି ବନ ଅଧିକାରୀ ।