କେନ୍ଦ୍ରାପଡା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଆକାଉଂଟରୁ ୧୫ ଲକ୍ଷ ଟଙ୍କା ହଡପ

20

କନକ ବ୍ୟୁରୋ : ବାଡ ଖାଇଲା କ୍ଷେତ । ଏପରି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଫିସରେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆକାଉଂଟରୁ ୧୫ ଲକ୍ଷ ଟଙ୍କା ଚଳୁ କରି ଦିଆଯାଇଛି । ଆଉ ଏହି ଟଙ୍କା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଫିସର ଆକାଉଂଟାଂଟ ସୌମ୍ୟରଂଜନ ବେହେରା ହଡପ କରିଥିବା ଅଭିଯୋଗ ହୋଇଛି ।

ରାଜକନିକା ଏସବିଆଇ ଶାଖାରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିସନ ଖାତାରୁ ନିଜ ବାପାଙ୍କ ଆକାଉଂଟକୁ ୧୪ଲକ୍ଷ ୮୫ହଜାର ଟଙ୍କା ପଠାଇଛନ୍ତି ସୌମ୍ୟରଂଜନ । ଟଙ୍କା ହଡପ ସଂପର୍କରେ ଜାଣିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ମେଡିକାଲ ଅଧିକାରୀ । ଗରିବଙ୍କ ଚିକିତ୍ସା ପାଇଁ ଆସୁଥିବା ଟଙ୍କାର ଏପରି ହରିଲୁଟ୍ ଘଟଣାର ନିନ୍ଦା କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛି ସ୍ଥାନୀୟ ସମ୍ଭାବନା ସ୍ୱେଚ୍ଛାସେବୀ ଅନୁଷ୍ଠାନ ।