ବରଗଡ : ଚାଷୀ ଖଏନୁ ବଗର୍ତିଙ୍କ ଆତ୍ମହତ୍ୟାରେ ମର୍ମାହତ କେନ୍ଦପାଲି ଗ୍ରାମବାସୀ କଲେ ହୋଲି ବର୍ଜନ

26

କନକ ବ୍ୟୁରୋ : ଚାଷୀ ଖଏନୁ ବଗର୍ତିଙ୍କ ଆତ୍ମହତ୍ୟା ପାଇଁ ଚର୍ଚ୍ଚାରେ ଥିବା ବରଗଡ କେନ୍ଦପାଲି ଗାଁରେ ଏଥର ଫିକା ପଡିଛି ହୋଲିର ରଙ୍ଗ । ଚାଷୀଙ୍କ ମୃତ୍ୟୁ ଗ୍ରାମବାସୀଙ୍କୁ ମର୍ମାହତ କରିଥିବା ବେଳେ ସରକାରଙ୍କ ଭୁଲ ରିପୋର୍ଟ ତାଙ୍କ ଦୁଃଖକୁ ବଢାଇ ଦେଇଛି । ତେଣୁ ସାମୁହିକ ଭାବେ ଗ୍ରାମବାସୀ ହୋଲି ପାଳନରୁ ନିବୃତ ରହିଛନ୍ତି ।

ଫସଲହାନୀ ଯୋଗୁଁ ଚାଷୀ ମୃତ୍ୟୁ କରିଥିବା ବେଳେ ପାରିବାରିକ କଳହ କାରଣରୁ ଖଏନୁ ଆତ୍ମହତ୍ୟା କରିଥିବା ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଏହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଫଳରେ ଗାଁରେ ହୋଲି ପାଳନ କରାଯାଇନାହିଁ ।

ରଙ୍ଗର ପର୍ବ ହୋଲିର ନିବୃତ ରହି ଗାଁଲୋକେ ଖଏନକୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ତେବେ ପୁଣି ଥରେ ଯଦି ଜିଲ୍ଲାପାଳ ଭୁଲ ରିପୋର୍ଟ ଦିଅନ୍ତି ତେବେ ବରଗଡ ବନ୍ଦ ପାଳନ କରାଯିବା ସହ କୃଷକ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଗାଁଲୋକେ କହିଛନ୍ତି ।