କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି : ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ କ୍ୟାବିନ୍ ଆଗରେ ଜମିଛି ପାଣି

25

କନକ ବ୍ୟୁରୋ : ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲହଡି ମାରୁଛି ବର୍ଷା ପାଣି । ମେଡିକାଲ କ୍ୟାବିନ୍ ଭିତରେ ପଶିଛି ପାଣି । ଫଳରେ ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେନ୍ଦୁଝରରେ ଚାଲିଛି ମୌସୁମୀ ବର୍ଷା ।  ଆଉ ବର୍ଷାରେ ଭାସୁଛି କେନ୍ଦୁଝର ମେଡିକାଲ ।

ମେଡିକାଲର ୧ ନମ୍ବର କ୍ୟାବିନ ନଂ୧ ଓ ୨ ନମ୍ବର କ୍ୟାବିନ୍ ଆଗରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଛି । ଅଳ୍ପ ବର୍ଷାରେ ଏଭଳି ପରିସ୍ଥିତି ହୋଇଛି କେନ୍ଦୁଝର ମେଡିକାଲର । ଏନେଇ କର୍ତ୍ତୃପକ୍ଷ ଶୁଣିବାକୁ ବି ନାରାଜ । ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଚାଲିଛି ଏହା ତାହା ପ୍ରମାଣ କରୁଛି । ତେବେ ଏ ସମସ୍ୟା ଆଜି କାଲିର ନୁହେଁ । ପ୍ରତିବର୍ଷ ବର୍ଷା ଦିନେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଦେଖନ୍ତୁ ଏହି ଭିଡିଓ –