ଭୁବନେଶ୍ୱରରେ କେଜରିୱାଲ । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଦେବେ ଉଦବୋଧନ

ଭୁବନେଶ୍ୱରର ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

155

କନକ ବ୍ୟୁରୋ : ଭୁବନେଶ୍ୱରର ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅରବିନ୍ଦ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ ଶୋଭାଯାତ୍ରା କରି ଷ୍ଟେଟ ଗେଷ୍ଟ ହାଉସକୁ ନେଇଛନ୍ତି । ତେବେ କେଜରିୱାଲଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ଅଛନ୍ତି । କେଜରିୱାଲଙ୍କ ସହ ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଆସିଥିବା ସୂଚନା ମିଳିଛି ।

ଆଜି ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଲୋୟର ପିଏମଜିଠାରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ଆୟୋଜନା କରାଯାଇଛି ଓ ଏଥିରେ ମୁଖ୍ୟ ଅତିଥି ଭାବରେ କେଜରିୱାଲ ଉଦବୋଧନ ଦେବେ । ଏହାସହ ଆଜି ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା ରହିବାର କାର୍ଯ୍ୟକ୍ରମ ରହିଛି ।