ଚୋର ବଜାରରୁ ମିଳିଲା କେଜରିୱାଲଙ୍କ କାର ! ତିନି ଦିନ ପୂର୍ବରୁ ସଚିବାଳୟ ନିକଟରୁ ହୋଇଥିଲା ଚୋରି

37

ମିଳିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀଳ ରଙ୍ଗର ୱାଗନର କାର । ଚୋରି ହୋଇଥିବା କାରକୁ ଦିଲ୍ଲୀର ମୋହନନଗର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ । ଦିଲ୍ଲୀ । ଉଦ୍ଧାର ହୋଇଥିବା କାରରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ ହୋଇଛି । ଗତ ଗୁରବାର ଦିନ ଦ୍ୱିପ୍ରହରରେ ଦିଲ୍ଳୀ ସଚିବାଳୟ ନିକଟରୁ ଏହି କାର ଚୋରି ହୋଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର ଚୋରି ହେବା ପରେ ଦିଲ୍ଳୀର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

କାରକୁ ଖୋଜିବାକୁ ଯାଇ ଦିଲ୍ଲୀ ପୋଲିସ ମୀରଠରେ ପଂହଚିଯାଇଥିଲା । ମୀରଠରେ ସୋତିଗଂଜ ବଜାର ମୁଖ୍ୟତଃ ଚୋରି ଗାଡି ପାଇଁ ପ୍ରସିଦ୍ଧ । ଏଠାରେ ଚୋରି ଗାଡିକୁ ଖୋଲାଯାଇ ଏହାର ବିଭିନ୍ନ ଅଂଶ ବିକ୍ରୀ ହୋଇଥାଏ । ବିଶେଷକରି ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳର ଗାଡି ଏଠାକୁ ଆସିଥାଏ । ଚୋରି କାରକୁ ଖୋଜିବା ଲାଗି ଦିଲ୍ଲୀ ପୋଲିସ ଦିନ-ରାତିକୁ ଏକ କରିଦେଇଥିଲା । ଜାତୀୟ ରାଜଧାନୀ ଅଂଚଳ, ଏନସିଆରରେ ସବୁ ନୀଳ ରଙ୍ଗର ୱାଗନ ଆର କାରକୁ ଯାଂଚ କରାଯାଇଥିଲା । ଏବଂ ଦୁଇଦିନ କାରକୁ ଖୋଜିବା ପରେ ମୋହନନଗର ଅଞ୍ଚଳରୁ ଉଦ୍ଧାର କରିଥିଲା ।

ଏହି ନୀଳରଙ୍ଗର ୱାଗନ ଆର କାର ଅରବିନ୍ଦ କେଜରିୱାଲଙ୍କ ପାଇଁ ଖାସ ମହତ୍ୱ ରଖୁଛି । ଏହି କାରରେ ବସି ପରିବାର ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଇଥିଲେ କେଜରିୱାଲ । ଏହାଛଡା ଏହି କାରରେ ବୁଲି ନିର୍ବାଚନ ପ୍ରଚାର କରୁଥିଲେ କେଜରିୱାଲ । ଏହି କାର ତାଙ୍କ ପାଇଁ ଅତ୍ୟନ୍ତ ଲକି । ତେଣୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି କାରକୁ ପାର୍ଟିକୁ ଦେଇଥିଲେ ।

ଗୁରୁବାରଦିନ ଆମ ଆଦମୀ ପାର୍ଟିର କର୍ମକର୍ତା ବନ୍ଦନା ସିଂ ଏହି କାର ଧରି ସଚିବାଳୟ ଆସିଥିଲେ । କିନ୍ତୁ କୌଣସି କାରଣରୁ ପାଶ ନ ହେବାରୁ ସେ ସଚିବାଳୟ ବାହାରେ ଗାଡିଟିକୁ ରଖି ଚାଲିଯାଇଥିଲେ । ପରେ ଏହା ଚୋରି ହୋଇଯାଇଥିଲା ।