ଦାନ୍ତ ଘଷିବା ସମୟରେ ରୁହନ୍ତୁ ସତର୍କ : ଏହି ଉପାୟରେ କରନ୍ତୁ ବ୍ରଶ ଓ ଦାନ୍ତକୁ ରଖନ୍ତୁ ସୁରକ୍ଷିତ

490

ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍ କରିବସୁ ଓ ଏହା ଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ତେବେ ଏହିସବୁ ଉପାୟରୁ ଜାଣନ୍ତୁ, କେମିତି ସାବଧାନ ରହି ବ୍ରଶ କରିବେ ଓ ଦାନ୍ତୁ ମଜବୁତ୍ ଓ ସୁସ୍ଥ ରଖିବେ…

 

    • ଜୋରରେ ଚାପ ଦେଇ ବ୍ରଶ କରନ୍ତୁ ନାହିଁ : ଜୋର୍ ଚାପ ଦେଇ ବ୍ରଶ କରିବା ଦ୍ୱାରା ଦାନ୍ତ ମାଢ଼ି ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ରକ୍ତ ମଧ୍ୟ ବାହାରିଥାଏ। ଧୀରେ ଧୀରେ ବ୍ରଶ କରନ୍ତୁ ଓ ମାଢ଼ିକୁ ସୁସ୍ଥ ରଖନ୍ତୁ।

 

    • ଲମ୍ବା ସମୟ ବ୍ରଶକୁ ବ୍ୟବହାର କରନ୍ତୁ ନାହିଁ : ସାଧାରଣତଃ ପ୍ରାୟ ବ୍ୟକ୍ତି ତାଙ୍କର ବ୍ରସକୁ ବର୍ଷ ବର୍ଷ ଧରି ବ୍ୟବହାର କରିଥା’ନ୍ତି। ଏହା ଯୋଗୁଁ ଦାନ୍ତ ମାଢ଼ି ଖରାପ ହୋଇବସେ ଓ ମୁହଁରେ ଦୂର୍ଗନ୍ଧ ମଧ୍ୟ ଜମା ହୋଇଥାଏ। ଏଥିପାଇଁ ବ୍ରସକୁ ୨ରୁ ୩ ମାସ ମଧ୍ୟରେ ବଦଳାଇ ଦେବା ଉଚିତ୍।

 

    • ଖୁବ୍ ଶୀଘ୍ର ବ୍ରସ୍ କରନ୍ତୁ ନାହିଁ : ପ୍ରାୟ ଲୋକେ ସମୟ ବଞ୍ଚାଇବା ପାଇଁ ଦାନ୍ତକୁ ୩୫ ରୁ ୪୫ ସେକେଣ୍ଡ ମଧ୍ୟରେ ବ୍ରସ୍ କରିଥାନ୍ତି। ଏମିତି କରିବା ଦ୍ୱାରା ଦାନ୍ତ ଓ ମୁହଁ ଠିକ୍ ଭାବେ ସଫା ହୋଇ ନଥାଏ। ବ୍ରଶ କରିବା ପାଇଁ ୨ ମିନିଟ୍ ସମୟ ନିଅନ୍ତୁ, ଯାହା ଆବଶ୍ୟକ ଅଟେ।

 

    • ଡେଣ୍ଟାଲି ଫ୍ଲାସ୍ ବ୍ୟବହାର କରନ୍ତୁ : ନିଶ୍ଚିତ ଭାବରେ ଦିନକୁ ଥରେ ଡେଣ୍ଟାଲି ଫ୍ଲାସ୍ ବ୍ୟବହାର କରିବା ଉଚିତ୍। କାରଣ ବ୍ରସର ବ୍ରିସଲ୍ସ ଯେଉଁ ସ୍ଥାନକୁ ପହଞ୍ôଚପାରିନଥାଏ ସେଠି ରହିଥିବା ଦୂର୍ଗନ୍ଧକୁ ସହଜରେ ଏହା ସଫା କରିପାରେ।

 

 

    • ଠିକ୍ ଭାବେ ଜିଭକୁ ସଫା କରନ୍ତୁ : ପ୍ରାୟ କିଛି ଲୋକ ବ୍ରଶ କରି ସାରିଲା ପରେ ଜିଭକୁ ସଫା କରିବା ଜରୁରୀ ବୋଲି ଭାବନ୍ତି ନାହିଁ। କିନ୍ତୁ ଜିଭ ମଧ୍ୟ ସଫା କରିବାଟା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଜିଭକୁ ପରିଷ୍କାର ରଖିବା ଦ୍ୱାରା ମୁହଁକୁ ଦୂର୍ଗନ୍ଧ ଆସି ନଥାଏ ଓ ବ୍ୟାକ୍ଟେରିଆ ମଧ୍ୟ ଚାଲିଯାଏ।

 

  • ଶୋଇବା ପୂର୍ବରୁ ବ୍ରସ୍ କରନ୍ତୁ: ସାଧାରଣତଃ ସମସ୍ତେ ଦିନକୁ ଥରେ କେବଳ ବ୍ରଶ କରିଥାନ୍ତି। କିନ୍ତୁ ବହୁତ୍ ଲୋକେ ଜାଣିନଥିବେ କି ଦିନକୁ ୨ ଥର ବ୍ରଶ କରିବା ଉଚିତ୍। ପ୍ରତ୍ୟେକ ଦିନ ସକାଳେ ଉଠିଲା ପରେ ଓ ରାତି ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ବ୍ରଶ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଯିବା ସହ ଦାନ୍ତ ସୁସ୍ଥ ଓ ମଜବୁତ୍ ରହିବ।