ପିଲାଙ୍କୁ ଜଙ୍କଫୁଡ଼୍ ଖାଇବା ଠାରୁ ଦୂରେଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଟିପ୍ସ୍

43

ଆଜିକାଲି ଛୋଟ ଛୋଟ ପିଲାମାନେ ଜଙ୍କଫୁଡ଼ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଜଙ୍କ ଫୁଡ଼ ପାଟିକୁ ସ୍ୱାଦିଷ୍ଟ ଲାଗେ କିନ୍ତୁ ଏହା ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଅଟେ । ଅଧିକାଂଶ ସମୟ ଛୋଟ ପିଲାମାନେ ପୃଷ୍ଟିକର ଖାଦ୍ୟ ଖାଇବା ଅପେକ୍ଷା ବାହାରର ଜଙ୍କ ଫୁଡ଼ ଖାଇବାକୁ ଅଧିକ ଧ୍ୟାନ ଦେଇଥାନ୍ତି । ତେଣୁ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ ଆପଣ ଶିଶୁମାନଙ୍କୁ ଜଙ୍କଫୁଡରୁ଼ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ପିଲାଙ୍କୁ ଜଙ୍କଫୁଡ଼ରୁ ଦୂରେଇବା ପାଇଁ କିଛି ଟିପ୍ସ ଜାଣନ୍ତୁ । ଯାହା ଫଳରେ ଆପଣ ପିଲାମାନଙ୍କୁ ଜଙ୍କଫୁଡ଼ ଠାରୁ ଦୂରେଇ ରଖିପାରିବେ ।

 

 

 

 

 

 

 

 

 

 

– ଆପଣ ପ୍ରଥମେ ଚେଷ୍ଟା କରନ୍ତୁ ଶିଶୁମାନେ ପ୍ରାତଃଭୋଜନର ଖାଇବା ଭଲ ଭାବରେ ଖାଆନ୍ତୁ । ଏଥିପାଇଁ ବ୍ରେକପାଷ୍ଟ ବନେଇଲା ବେଳେ କିଛି ସ୍ୱାଦିଷ୍ଟ ଖାଦ୍ୟ ବନାନ୍ତୁ । ଯାହା ଦ୍ୱାରା ପିଲାମାନଙ୍କୁ ସ୍ୱାଦ ଲାଗିବ ଓ ଖାଇବାକୁ ରୁଚି ରଖିବେ ।

– ଯେ କୌଣସି ସ୍ଥାନରେ ପିଲାମାନେ ଜଙ୍କଫୁଡ଼ ଖାଇବାକୁ ଭଲପାଆନ୍ତି । ଯଦି ଶିଶୁମାନଙ୍କୁ ଜଙ୍କଫୁଡ଼ରୁ ଦୂରେଇ ରଖିବାକୁ ଚାହୁଛନ୍ତି, ତା’ହେଲେ ଆପଣଙ୍କ ରୋଷେଇ ଘରେ କିଛି ଏପରି ଖାଦ୍ୟ ତିଆରି କରି ତାଙ୍କୁ ଦେଇପାରିବେ ।

– ଏହା ବ୍ୟତୀତ ରୋଷେଇ ଘରେ ଅଧିକ ଜଙ୍କଫୁଡ଼ର ସାମଗ୍ରୀ ରଖନ୍ତୁ ନାହିଁ । ଯାହା ଫଳରେ ଛୋଟ ପିଲାମାନେ ଜଙ୍କ ଫୁଡ଼ ଜିନିଷ ଦେଖିଲେ ଖାଇବାକୁ ଅଧିକ ଧ୍ୟାନ ଦିଅନ୍ତି ।

– ଯେତେବେଳେ ଶିଶୁମାନଙ୍କୁ ଜଙ୍କ ଫୁଡ଼ ଖାଇବାକୁ ଇଚ୍ଛା ହେବ ଆପଣ ତାଙ୍କୁ ବଜାରକୁ ନ ଯାଇ ଘରେ ହିଁ କିଛି ସ୍ୱାଦିଷ୍ଟ ଖାଦ୍ୟ ବନେଇକି ଦେଇପାରିବେ । ଏହାଦ୍ୱାରା ଜଙ୍ଗଫୁଡ଼ ଠାରୁ ଯଥାସମ୍ଭବ ଦୂରେଇ ରହିପାରିବେ ଆପଣଙ୍କ ପିଲା ।