ହେଡଫୋନ୍ ଲଗାଇବା ପରେ ଆପଣ ବି କରୁଛନ୍ତି କି ଏଭଳି ଭୁଲ, ତେବେ ହୋଇଯାଆନ୍ତୁ ସାବଧାନ

44

ଆଜିର ସମୟ ଟେକନୋଲୋଜିର । ଆଜିକାଲିର ସମୟରେ କେହି ମଧ୍ୟ ସ୍ମାର୍ଟଫୋନ ବିନା ରହିପାରୁନାହାଁନ୍ତି । ଅଧିକାଂଶ ଲୋକଙ୍କୁ ଆପଣ ଅଧିକ ସାଉଣ୍ଡରେ ହେଡଫୋନ ଲଗାଇ କି ଶୁଣୁଥିବା ଦେଖୁଥିବେ । ପିଲା ହୁଅନ୍ତୁ ଅବା ବୁଢ଼ା ପ୍ରତ୍ୟେକ ହେଡଫୋନ ବ୍ୟବହାର କରନ୍ତି । କେତେକ ବ୍ୟକ୍ତି ଏହାକୁ ମନୋରଂଜନର ମାଧ୍ୟମ ବି ମାନନ୍ତି । ଆମେ ଏହି କଥାରୁ ଅଜଣା ଅଛୁ ଯେ ହେଡଫୋନ ଲଗାତାର ବ୍ୟବହାର କରିବା ଆମ ପାଇଁ ଘାତକ ହୋଇପାରେ । ହେଡଫୋନରେ ଗୀତ ଶୁଣିବା ଆମର କାନ ପାଇଁ କ୍ଷତିକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ହେଡଫୋନର ବ୍ୟବହାରରେ କ’ଣ କ’ଣ ହୋଇଥାଏ ।

ଶ୍ରବଣ ଶକ୍ତି ହରାଇବାର ଡର : ସାଧାରଣ ବ୍ୟକ୍ତିର ଶୁଣିବାର କ୍ଷମତା ୯୦ ଡେସିବଲ । ଯଦି ଏହି ସୀମା ଠାରୁ ଅଧିକ ହୋଇଯାଏ , ତେବେ କାନର ଶୁଣିବା କ୍ଷମତା କମିଯାଏ । ବଧିର ହୋଇଯିବାର ବି ସମ୍ଭାବନା ଥାଏ ।

କ’ଣ କରିବା ? : ହେଡଫୋନରେ ଗୀତ ଶୁଣିବା ସଉକ ଅଛି ଯଦି ଆପଣ ଏହି ସଉକ ପୁରା କରନ୍ତୁ କିନ୍ତୁ ଅଧିକ ସମୟ ଧରି ହେଡଫୋନର ବ୍ୟବହାର କରନ୍ତୁ ନାହିଁ ।

ମଝିରେ ମଝିରେ ବ୍ରେକ ନିଅନ୍ତୁ : ଲଗାତାର ହେଡଫୋନରେ ଗୀତ ଶୁଣନ୍ତୁ ନାହିଁ । ମଝିରେ ମଝିରେ ବ୍ରେକ ନିଅନ୍ତୁ । କାନକୁ ଆରାମ ମିଳିବ ।

ଭୋଲ୍ୟୁମକୁ ସୀମାରେ ରଖନ୍ତୁ : ଗୀତ ଶୁଣିବା ବେଳେ ଏହା ଉପରେ ଧ୍ୟାନ ଦିଅନ୍ତୁ କି ଯେତେବେଳେ ଆମେ ମୋବାଇଲରେ ଭଲ୍ୟୁମ ବଢ଼ାଉ, ତେବେ ମୋବାଇଲର ଡିସପ୍ଲେରେ ଏକ ହାଇ ଭଲ୍ୟୁମର ନୋଟିଫିକେସନ ଆସେ । ଯାହା ସୀମା ଠାରୁ ଅଧିକ ଭଲ୍ରୁମ ରଖନ୍ତୁନି ।

ସେୟାର କରନ୍ତୁନି : ବେଳେବେଳେ ଆମେ ଆମର ଅନେକ ଜିନିଷ ଅନ୍ୟ ମାନଙ୍କ ସହ ସେୟାର କରୁ । ଯେମିତି ଟୁଥବ୍ରଶ କାହା ସହ ସେୟାର କରୁନୁ, ସେମିତି ହେଡଫୋନ ବି କାହା ସହ ସେୟାର କରିବା ଉଚିତ୍ ନୁହେଁ ।