ୱାଶିଙ୍ଗ ମେସିନରେ କପଡା ଧୋଇବା ସମୟରେ ଏହି ୭ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

74

ଆଧୁନିକ ସମୟ ସହିତ ଆଜିକାଲି ପ୍ରତ୍ୟେକ ଗୃହିଣୀ କପଡାକୁ ୱାଶିଙ୍ଗ ମେସିନରେ ଧୁଅନ୍ତି । ଏହାପରେ ବି କପଡା ସଫା କରିବାରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବେଳେବେଳେ କପଡା ଠିକରେ ସଫା ହୋଇ ନଥାଏ ବା କପଡାର ରଙ୍ଗ ଛାଡିଯାଏ, ଯଦ୍ୱାରା ଅନ୍ୟ କପଡାଗୁଡିକ ଖରାପ ହୋଇଯାଇଥାଏ । ଏମିତିରେ ଆପଣଙ୍କୁ ହଇରାଣ ହେବାର ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଲୁଗା ସଫା କରିବାର ସଠିକ ଉପାୟ ଜଣାଇବୁ ।

• ୱାଶିଙ୍ଗ ମେସିନରେ କପଡା ଧୋଇବା ସମୟରେ ସମସ୍ତ କପଡାକୁ ଅଲଗା ଅଲଗା କରି ନିଅନ୍ତୁ । ରଙ୍ଗ ଛାଡୁଥିବା କପଡାକୁ ଅଲଗା ଧୁଅନ୍ତୁ । ଏହି ପ୍ରକାରରେ ଉଲ ଏବଂ ସୂତା କପଡାକୁ ବି ଅଲଗା କରି ଧୁଅନ୍ତୁ ।

• ୱାଶିଙ୍ଗ ମେସିନରେ ଲୁଗା ଧୋଇବା ସମୟରେ ପ୍ରଥମେ ବଡ କପଡା ଏବଂ ପୁଣି ଛୋଟ କପଡା ପକାଇ ଧୁଅନ୍ତୁ ।

• ୱାଶିଙ୍ଗ ମେସିନରେ କୈାଣସି ବି ନୂଆ କପଡା ପକାଇବା ପୂର୍ବରୁ ପ୍ରଥମେ ଚେକ କରି ନିଅନ୍ତୁ କି ତାହାର ରଙ୍ଗ ଛାଡୁଛି କି ନାହିଁ । ଯଦି କପଡାରୁ ରଙ୍ଗ ଛାଡୁଛି, ତେବେ ତାକୁ ଅଲଗା ଧୁଅନ୍ତୁ ।

• ମେସିନରେ କପଡା ଧୋଇବା ସମୟରେ ଡିଟର୍ଜେଣ୍ଟ ପାଉଡର ବା ସାବୁନର ବ୍ୟବହାର କପଡା ହିସାବରେ କରନ୍ତୁ । ଅଧିକ ଡିଟର୍ଜେଣ୍ଟ ପାଉଡରର ବ୍ୟବହାର ଦ୍ୱାରା କପଡାକୁ କ୍ଷତି ପହଂଚି ପାରେ । ସେଥିପାଇଁ ମେସିନରେ ଯଦି ୧ ଠିପି ପାଉଡର ଦେବା ପାଇଁ କହିଛି , ତେବେ ସେତିକି ହିଁ ଦିଅନ୍ତୁ ।

• ମେସିନରେ କପଡା ଧୋଇବା ସମୟରେ ସର୍ବପ୍ରଥମେ ଡିଟର୍ଜେଣ୍ଟ ପାଉଡର ପକାନ୍ତୁ, ତାପରେ କପଡା । କାହିଁକିନା କପଡା ଧୋଇବା ସମୟରେ କପଡାରେ ପାଉଡର ରହିଯାଏ ଓ କପଡାର ରଙ୍ଗ ଛାଡିଯାଏ ।

• ଦାଗ ଥିବା କପଡାକୁ ମେସିନରେ ପକାଇବା ପୂର୍ବରୁ ପ୍ରଥମେ ହାତରେ ଭଲରେ ସଫା କରିନିଅନ୍ତୁ । ୱାଶିଙ୍ଗ ମେସିନରେ ଦାଗ ଲାଗିଥିବା କପଡା ସିଧା ପକାଇଲେ ଦାଗର ଚିହ୍ନ ଆହୁରି ଗାଢ଼ ହୋଇଯାଏ ।

• ଆଜିକାଲି ସମସ୍ତେ ସେମି-ଅଟୋମେଟିକ ମେସିନ ବ୍ୟବହାର କରୁଛନ୍ତି । ଏଥିରେ କପଡା ଧୋଇ ହୋଇ ଯିବା ପରେ ଆଲାର୍ମ ବାଜେ । ଯେତେବେଳେ ଆଲାର୍ମ ବାଜେ, ସେତେବେଳେ ଆପଣ କପଡାକୁ ପାଣିରୁ ବାହାର କରି ତାକୁ ଡ୍ରାୟରରେ ପକାନ୍ତୁ । ୫-୧୦ ମିନିଟ କପଡାକୁ ଡ୍ରାଏ କରିବା ପରେ ତାକୁ ସୁଖାନ୍ତୁ ।