ବିଶ୍ୱକପର ୧୨ ଦିନ ପୂର୍ବରୁ ଭାରତ ପାଇଁ ଖୁସି ଖବର । ଫିଟ୍ ହେଲେ କେଦାର ଯାଦବ, ବିଦେଶରେ ଦେଖାଇବେ ଦମ୍ ।
କନକ ବ୍ୟୁରୋ : ଆଉ ୧୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ । ୨୦୧୯ କ୍ରିକେଟ୍ ବିଶ୍ୱକପ ପାଇଁ ବାଜି ସାରିଛି ବିଗୁଲ । ତେବେ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଚଳିତ ଆଇପିଏଲ ସିଜିନରେ ଆହତ ହୋଇଥିବା ଭାରତୀୟ ଅଲରାଉଣ୍ଡର କେଦାର ଯାଦବ ଏବେ ଫିଟ୍ ହୋଇଯାଇଥିବା ଜଣାପଡିଛି । ଆଉ ଆସନ୍ତା ୨୨ ତାରିଖରେ ସେ ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ପାଇଁ ଉଡାଣ ଭରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇପିଏଲରେ କେଦାର ଯାଦବ ଆହତ ହେଲା ପରେ, ସେ ବିଶ୍ୱକପ ଖେଳିବେ କି ନାହିଁ, ସେନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଜାରି ରହିଥିଲା । ଏପରିକି ସେ ବିଶ୍ୱକପ ପୂର୍ବରୁ ଫିଟ୍ ହୋଇନପାରନ୍ତି ବୋଲି ମଧ୍ୟ ଅନେକାଂଶରେ ମତପ୍ରକାଶ ପାଇଥିଲା । ତେବେ ସବୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟିଥିବା ବେଳେ ଏବେ ବିଶ୍ୱକପ ପାଇଁ ପୁରା ଫିଟ୍ ଅଛନ୍ତି କେଦାର ଯାଦବ । ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।