ପ୍ରଦୂଷିତ କେଦାରଗୌରୀ ମନ୍ଦିର ପୁଷ୍କରିଣୀ,ଏକାମ୍ର ଜନଜାଗରଣ ମଂଚର ଅଭିନବ ପ୍ରତିବାଦ

118

ଏକାମ୍ର ଭୁବନେଶ୍ୱରର ଐତିହାସିକ  କେଦାରଗୌରୀ ମନ୍ଦିରରେ ଥିବା ପୁଷ୍ପରିଣୀ ଏବେ ପ୍ରଦୂଷିତ । ଠାକୁରଙ୍କ ରୋଷେଇ ସହ ଅନ୍ୟାନ୍ୟ ନୀତି ପାଇଁ ଏଥିରୁ ଜଳ ନିଆଯାଏ, ହେଲେ ଏବେ ଏଥିରେ ଅଳିଆ ଆବର୍ଜନା ଭରି ରହିଥିବାରୁ, ଜନ ଅସନ୍ତୋଷ ଦେଖା ଦେଇଛି । ଏହାର ପ୍ରତିବାଦରେ ଅଭିନବ ଧାରଣ ଦେଇଛି ଏକାମ୍ର ଜନଜାଗରଣ ମଂଚ । ପୁଷ୍ପରିଣୀର ପ୍ରଦୂଷିତ ପାଣିରେ ବୁଡି ରହି ସେମାନେ ନିଆରା ପ୍ରତିବାଦ କରିଛନ୍ତି । ମନ୍ଦିର ତଥା ପୁଷ୍କରିଣୀର ପୁନରୁଦ୍ଧାର ଦାବିରେ ସେମାନେ ଗୁରୁବାର ସକାଳୁ ଅଧା ପାଣିରେ ବୁଡି ରହି ପ୍ରତିବାଦ କରିଛନ୍ତି । ମନ୍ଦିର ପରିସରରେ ଥିବା ତିନୋଟି ପୁଷ୍କରିଣୀ ଏବେ ପ୍ରଦୂଷିତ । ଗୋଟାଏ ପୁଷ୍କରିଣୀ ଯେଉଁଠି ଠାକୁରଙ୍କ ପୂଜା ନୀତି ପାଇଁ ଜଳ ନିଆ ଯାଏ, ଅନ୍ୟଟିରେ ରୋଷେଇ ପାଇଁ ଓ ତୃତୀୟରେ ଯେଉଁଥିରେ  ଭକ୍ତମାନେ ଗାଧାନ୍ତି । ସେପଟେ ଏହି ଧାରଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । କେଦାରଗୌରୀ ପୁଷ୍କରିଣୀରୁ ପ୍ରଦୂଷିତ ଜଳ ନିସ୍କାସନରେ ବାଧକ ସାଜିଛି ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା କଡରେ ଥିବା ଜବରଦଖଲ ଜମି । ଏନେଇ ପର୍ଯ୍ୟଟନ ବିଭାଗ ଅବଗତ ଥାଇ  କେଦାରଗୌରୀ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିଛି ବୋଲି ସେ କହିଛନ୍ତି ।