କେବିସି-୯ ସୋ’କୁ ଟିଆରପିରେ ନମ୍ବର ୱାନ କରାଇଲେ ଆନନ୍ଦ ! ବିଶ୍ୱାସ କରିପାରିଲେନି ବିଗ ବି ଅଭିତାଭ

32

ଆରମ୍ଭ ହୋଇସାରିଛି କୋନ ବନେଗା କୋରଡପତିର ନବମ ସଂସ୍କରଣନୂଆ ନିୟମ ନୂଆ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଛି ଏହି ଲୋକପ୍ରିୟ ସୋ’  । ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଟେଲି ସୋ ଦର୍ଶକମହଲରେ ଏବେ ଜବରଦସ୍ତ କ୍ରେଜବିଗ ବିଙ୍କୁ ଛୋଟ ପରଦାରେ ଦେଖି ଦର୍ଶକ ବି ବେଶ ଉତ୍ସାହିତଟେଲି ପରଦାରେ ଦମ ଦେଖାଉଛନ୍ତି ବିଗ ବିଟେଲିଭିଜନରେ ପ୍ରସାରିତ ହେଉଥିବା ବାକି ସୋ ଉପରେ ଭାରି ପଡିଛି ବିଗ ବିଙ୍କ ଏହି ବିଗ ସୋଏସବୁ ଭିତରେ ଏହି ସୋଏବେ ରେକର୍ଡ କରିଛିଚଳିତ ସିଜିନରେ ଏହି ସୋ ମାତ୍ର ଅଳ୍ପ କିଛି ଏପିସୋଡ ପ୍ରସାରଣ ହେଇଥିବା ବେଳେ ଏବେ ଟିଆରପି ରେଟିଂରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି କେବିସିନବମ ସଂସ୍କରଣର ୧୦ମ ଏପିସୋଡ କେବିସିକୁ ଟାଗେର୍ଟ ରେଟିଂ ପଏଣ୍ଟ ବା ଟିଆରପିରେ ଟପରେ ପହଞ୍ଚାଇଛି

anand-kumar-in-KBCଶୁକ୍ରବାର ଏହି ଏପିସୋଡରେ ପ୍ରସାରିତ ସ୍ପେଶାଲ୍ ସେଗମେଂଟ୍ନଇ ଚାହ ନଇ ରାହରେ ପ୍ରତିଯୋଗୀ ଥିଲେ ସୁପର ୩୦ର ଫାଉଣ୍ଡର୍ ଆନନ୍ଦ କୁମାରତେବେ ଆନନ୍ଦ ଆସିବା ପରେ ଖାସ୍ ବନିଯାଇଥିଲା ଏହି ସୋ’ । ଦେଶର ପ୍ରଖ୍ୟାତ ଗଚ୍ଚିତଜ୍ଞ ଅନନ୍ଦ କୁମାରଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି ।  କାରଣ ବିଗତ ୧୫ ବର୍ଷ ମଧ୍ୟରେ ଆନନ୍ଦଙ୍କର ୪୫୦ ଛାତ୍ରଙ୍କ ମଧ୍ୟରୁ ୩୯୬ ଜଣ ଆଇଆଇଟିଏନଆଇଟି ପରି ଟପ୍ ଅନୁଷ୍ଠାନରେ ସ୍ଥାନ ପାଇଛନ୍ତି

ସୋ ଆରମ୍ଭ ହେବା ପରେ ଆନନ୍ଦଙ୍କ ଉପରେ ଥିଲା ସବୁ ଦର୍ଶକଙ୍କ ନଜରଛାତ୍ର ଛାତ୍ରୀଙ୍କ କ୍ୟାରିୟର୍ ବନାଇ ଦେଶର ଟପ୍ ଇନଷ୍ଟିଚ୍ୟୁଟରେ ସ୍ଥାନ ଦିଆଉଥିବା ବ୍ୟକ୍ତି କେତେ ଚତୁରତାର ସହ କେତୋଟି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ତାହା ଥିଲା ସମସ୍ତଙ୍କ ଉତ୍କଣ୍ଠାର ବିଷୟତେବେ ଆନନ୍ଦ ମଧ୍ୟ ଖୁବ୍ ଆତ୍ମବିଶ୍ୱାସର ସହ ପୁରା ଗେମ୍ ଖେଳିଥିଲେ  । ଆଉ କେବିସି ସୋରୁ ୨୫ ଲକ୍ଷ ଟଙ୍କା ବିଜୟୀ ମଧ୍ୟ ହୋଇଥିଲେତେବେ ସୋ ଏହି ଅଧ୍ୟାୟ ଅଧିକ ଖୁସି ଦେଇଛି ଚ୍ୟାନେଲ କତ୍ତ୍ୃପକ୍ଷଙ୍କୁକାରଣ ଏହି ଅଧ୍ୟାୟ ପରେ ସୋ ରେଟିଂ ଟପ୍ କରିଥିଲାଏପରିକି ସୋ ଟିଆରିପି ସର୍ବୋଚ୍ଚ ଥିବା ଜାଣିବା ପରେ ଅମିତାଭଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଥିଲାଏଥିରେ ବିଗ୍ ବି କହିଥିଲେ ସୋ ଏଭଳି ସଫଳତା ବିଷୟରେ ସେ କେବେ ଭାବି ନଥିଲେତା ଛଡା ସୋ ଦେଖୁଥିବା ସମସ୍ତ ଦର୍ଶକଙ୍କୁ ସେ ଧନ୍ୟବାଦ ଦେଇଥିଲେ

KBC-Registration-for-Jio-Userଉଲ୍ଲେଖଯୋଗ୍ୟ , ଆନନ୍ଦ କୁମାରଙ୍କ ଦେଶର ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ରହିଛିଆନନ୍ଦ କୁମାରଙ୍କୁ ଦେଶର ପ୍ରାୟ ଅଧିକାଂଶ ଲୋକ ଜାଣିଛନ୍ତିଏପରିକି ବଡ ବଡ ଅଭିନେତା ଅଭିନେତ୍ରୀ ମଧ୍ୟ ଆନନ୍ଦଙ୍କ ଫ୍ୟାନସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ମଧ୍ୟ ଆନନ୍ଦଙ୍କର ବହୁତ ବଡ ପ୍ରଶଂସକଆଗାମୀ ଦିନରେ ଆନନ୍ଦଙ୍କ ବାୟୋପିକକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛିଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିକାଶ ବହଲଶୁଣାଯାଉଛି ଏହି ଫିଲ୍ମରେ ଆନନ୍ଦଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ