ସଲମାନଙ୍କୁ ପଛରେ ପକାଇ ବିଗ ବି ନମ୍ବର ୱାନ !

70

ଦର୍ଶକମାନେ ଟିଭିରେ କେବଳ ଶାଶୂ-ବୋହୂ ଧାରାବାହିକକୁ ପସନ୍ଦ କରୁଥିବା ଯୁଗ ଏବେ ଶେଷ ହୋଇଛି । କାହିଁକି ନା ଟିଆରପି ରେଟିଂରୁ କିଛି ସେହିପରି ଜାଣିବାକୁ ମିଳିଛି । ଆରମ୍ଭର ପ୍ରଥମ ସପ୍ତାହରୁ ଅନ୍ତିମ ସପ୍ତାହ ପର୍ଯ୍ୟନ୍ତ କ୍ୱିଜ ଶୋ’ କେବିସି ରହିଛି ନଂ-୧ରେ । ତେବେ ଏହି ଶୋ’ଟି ଟିଭିର ବାକି ଶୋ’କୁ ପଛରେ ପକାଇ ଦେଇଛି । ସୂଚନା ମୁତାବକ, ଏହି ଶୋ’ଟି ଆରମ୍ଭରୁ ହିଁ ପ୍ରଥମ ନମ୍ବରରେ ରହିଛି । ଏହାଛଡା ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ତୃତୀୟ ନମ୍ବରରେ ରହିଛି ଜୀ ଟିଭିରେ ପ୍ରସାରିତ ଧାରାବାହିକ ‘କୁମ୍ କୁମ୍ ଭାଗ୍ୟ’ ଏବଂ ୫ନଂରେ ରହିଛି ‘ୟେ ରିସ୍ତା କ୍ୟା କେହେଲାତା ହେ’ ଧାରାବାହିକ । ତେବେ ଆସନ୍ତୁ ନଜର ପକାଇବା ସେହି ସମସ୍ତ ଧାରାବାହିକ ଉପରେ ଯାହା ରହିଛି ଟପ ୧୦ ତାଲିକାରେ ।

କେବିସି- ୯
kbcକେବିସିର ସିଜନ-୯ ୨୮ଅଗଷ୍ଟରୁ ଆରମ୍ଭ ହୋଇଥିଲା । ଆରମ୍ଭରୁ ହିଁ ଟିଆରପି ଦୌଡରେ ସମସ୍ତଙ୍କୁ ପଛରେ ପକାଇଥିଲା । ଏହି ଶୋ ପାଇଁ ସୋନି ଚ୍ୟାନେଲର ଟିଆରପି ଶ୍ରେଷ୍ଠ-୫ ରେ ପହଞ୍ଚିଥିଲା ।ଶୋରେ ବିଗ ବିଙ୍କ ସମ୍ବନ୍ଧିତ ଅନେକ ଆକର୍ଷଣୀୟ ତଥ୍ୟ ମଧ୍ୟ ଜାଣିବାକୁ ମିଳିଥିଲା,ଏହିସବୁକୁ ଦର୍ଶକମାନେ ମନଭରି ଉପଭୋଗ ମଧ୍ୟ କରିଥିଲେ । ୪୧ ସପ୍ତାହର ଶ୍ରେଷ୍ଠ ଟିଆରପି ପରେ ଏହି ଶୋ ଏବେ ବନ୍ଦ ହୋଇଯିବ ।

କୁଣ୍ଡଳି ଭାଗ୍ୟ
ନମ୍ବର-୨ରେ ଜିଟିଭି ଶୋ ‘କୁଣ୍ଡଳି ଭାଗ୍ୟ’। ଏହା କୁମକୁମ ଭାଗ୍ୟ କାହାଣୀ ସହ ଯୋଡି ହୋଇ ଆରମ୍ଭ ହୋଇଥିଲା । କମ୍ ସମୟ ମଧ୍ୟରେ ଏହା ଟିଆରପି ଦୌଡରେ ନମ୍ବର୨ ରେ ନିଜ କାୟା ବିସ୍ତାର କରିପାରିଥିଲା ।

କୁମ୍ କୁମ୍ ଭାଗ୍ୟ
ଜୀ ଟିଭିର ଏହା ଆଉ ଏକ ଶୋ ଟିଆରପି ଦୌଡରେ ୩ୟ ସ୍ଥାନରେ ରହିଛି । ଏହି ଶୋ ଟପ୍ -୫ରେ ସବୁବେଳେ ଆସିଥାଏ । ଲମ୍ବା ସମୟ ଧରି ଏହି ଶୋ ଟିଭି ପରଦାରେ ଚାଲିଛି ଏବଂ ଏଥିରେ ଆହାଲୁୱାଲିଆ ଓ ଶ୍ରୁତି ଝାଙ୍କ କେମେଷ୍ଟ୍ରିକୁ ବହୁମାତ୍ରାରେ ଦର୍ଶକ ପସନ୍ଦ କରୁଛନ୍ତି ।

ଶକ୍ତି ଅସ୍ତିତ୍ୱ କେ ଏହସାସ କି
୪ର୍ଥ ନମ୍ବରରେ କଲର୍ସ ଚ୍ୟାନେଲର ଏହି ଶୋ ସ୍ଥାନ ପାଇଛି । ଏହି କିନ୍ନରଙ୍କ କାହାଣୀକୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି ।

ୟେ ରିସ୍ତା କ୍ୟା କେହେଲାତା ହେ
ଟିଆରପି ଦୌଡରେ ଟପରେ ଥିବା ଏହି ଶୋ ଏବେ ୫ ନମ୍ବର ସ୍ଥାନକୁ ଖସିଆସିଛି । ତା ଛଡା ଲୋକପ୍ରିୟ ସୋ’ ବିଗବସ୍ ଜଲୱା ଧୀରେ ଧୀରେ କମିବାରେ ଲାଗିଛି । ପୂର୍ବଭଳି ଦର୍ଶକ ଏବେ ଆଉ ବିଗବସକୁ ସେତେମାତ୍ରାରେ ପସନ୍ଦ କରୁନାହାନ୍ତି । ତେଣୁ ଟପ-ଟେନ ସୋ’ର ଲିଷ୍ଟରେ ଏବେ ବିଗବସ୍ ଶେଷ ସ୍ଥାନରେ ରହିଛି ।