ଖୁବ ଶିଘ୍ର ଆସୁଛି କେବିସି ସିଜିନ-୧୦ ! ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ ।

78

ଖୁସିଖବର୍ ! ଛୋଟ ପରଦାରେ ସଭିଙ୍କୁ ମାଲାମାଲ୍ କରୁଥିବା ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡ଼ପତି’ର ସିଜିନ୍ ୧୦ ପୁଣି ଥରେ ଦର୍ଶକଙ୍କ ଲାଗି ପରଦାକୁ ଆସିବାକୁ ଯାଉଛି । ସୂଚନା ଅନୁଯାୟୀ, ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ଼ପତି’ର ସିଜିନ୍-୧୦ ଲାଗି ରେଜିଷ୍ଟ୍ରେସନ୍ ଜୁନ୍ ୨୦୧୮ରେ ଆରମ୍ଭ ହେବାକୁ ଯାଉଥିବାବେଳେ, ଏହି ସୋ’ରେ ଭାଗ ନେବାକୁ ହେଲେ ଆପଣଙ୍କୁ ପ୍ରଥମେ କେବିସି ମୋବାଇଲ୍ ଆପକୁ ଡ଼ାଉନଲୋଡ଼୍ କରି ନିଜ ନାମରେ ରେଜିଷ୍ଟର୍ କରିବାକୁ ହେବ । ଏହା ସହ ୱେବସାଇଟ୍ https://kbcliv.in/online-registration/  ମାଧ୍ୟମରେ ବି ଆପଣ ଏହି ସୋ’ ସହିତ ଜଡ଼ିତ ହୋଇପାରିବେ । ତେବେ ଏ ନେଇ ସର୍ବପ୍ରଥମେ ଆପଣଙ୍କୁ ଏକ ଫର୍ମକୁ ପୂରଣ କରିବାକୁ ହେବ । ଏହାପରେ ଆପଣଙ୍କୁ ଫୋନ୍ କିମ୍ବା ଏସଏମଏସ୍ ଜରିଆରେ ଆଗକୁ ରହିଥିବା ସମସ୍ତ ସୂଚନାକୁ ଯୋଗାଇ ଦିଆଯିବ । ଏହାସହିତ ଥରଟିଏ ରେଜିଷ୍ଟର୍ ପରେ ମଧ୍ୟ ଆପଣଙ୍କୁ ଟିଭି ଜରିଆରେ କେତେକ ପ୍ରଶ୍ନ ପଚରାଯିବ । ଏହାପରେ ଏହି ସୋ’ ସହିତ ଜଡ଼ିତ ଟିମ୍ ଆପଣଙ୍କ ପାଖକୁ କନଫରମେସନ୍ ମେସେଜ୍ ପଠାଇବେ । ଏହାପରେ ଅଡ଼ିସନ୍ କରାଯିବା ସହ ଆପଣଙ୍କର ଭିଡ଼ିଓ ଟେଷ୍ଟ୍ ବି କରାଯିବ । ଏଥିରେ ସଫଳ ହେଲା ପରେ ହିଁ ଯାଇ ଆପଣଙ୍କୁ କେବିସି -୧୦ ସିଜିନ୍ ଲାଗି ଖେଳିବାର ସୁଯୋଗ ମିଳିବ । ସୂଚନା ମୁତାବକ୍ ହାରାହାରି ଦେଶର ସମସ୍ତ ମେଟ୍ରୋ ସିଟିରେ ଏ ନେଇ ଅଡ଼ିସନ୍ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ।

ହେଲେ ଯଦି ଆପଣ ଏହି ସୋପାନ ପର୍ୟ୍ୟନ୍ତ ଯାଇ ପାରୁନାହାନ୍ତି ତେବେ ମଧ୍ୟ ଆପଣଙ୍କୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ । ଏହା ଏଥିପାଇଁ କୁହାଯାଉଛି କାରଣ ରିଲାଏନ୍ସ ଜିଓର ଚାଟ୍ ଆପ୍ ‘କେବିସି ପ୍ଲେ ଲଗ୍ ଇନ’ କରି ଏହା ସାହାଯ୍ୟରେ ୟୁଜର୍ସମାନେ ମଧ୍ୟ ଏହାକୁ ଖେଳିପାରିବେ । ତେଣୁ ଏ ନେଇ ୟୁଜର୍ସଙ୍କୁ କେବଳ ‘ଜିଓ ଚାଟ୍ ଆପ୍’ କୁ ସେମାନଙ୍କ ପ୍ଲେ ଷ୍ଟୋରରୁ ଡ଼ାଉନଲୋଡ଼୍ କରିବାକୁ ପଡ଼ିବ । ଏଥିସହିତ ଏହି ଆପ୍ଲିକେସନକୁ ଡ଼ାଉନଲୋଡ଼୍ କରିବାକୁ ହେଲେ ଆପଣଙ୍କୁ କେବଳ ନିଜ ନାମ, ଜନ୍ମ ତାରିଖ ଏବଂ ଫଟୋ ଦେବାକୁ ହେବ ।