କେବିସିରେ ମହିଳା ପ୍ରତିଯୋଗୀଙ୍କ ମଜା ଉଡାଉଥିଲେ ବିଗ୍ ବି , ପ୍ରତିଯୋଗୀଙ୍କ ଗୋଟିଏ କଥା ଶୁଣି କହିଲେ ସାରା ଜୀବନ ତୁମେ ମନେ ରହିବ ।
ଦେଶର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିର ୨୬ ତମ ଏପିସୋଡ୍ ଗତକାଲି ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ଏହି ଶୋ’ରେ ଚଳିତବର୍ଷର କୋଟିପତି ହୋଇ ଘରକୁ ଫେରିଛନ୍ତି । ଲୋକଙ୍କ ମଧ୍ୟରେ ବି ଶୋ’ କୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି । ତେବେ ଗତକାଲିର ଏପିସୋଡ୍ କିଛି ହଟକେ ହିଁ ଥିଲା । ଏହି ଏପିସୋଡରେ ପ୍ରୟାଗରାଜର ଉଷା ଯାଦବ ଖୁବ୍ ଭଲରେ ଗେମ୍ ଖେଳୁଥିବା ନଜର ଆସିଥିଲେ । କୌଣସି ଲାଇଫ୍ ଲାଇନ୍ ନଥିବାରୁ ସେ ଏହି ଗେମରୁ ୨୫ ଲକ୍ଷ ଟଙ୍କା ଜିତି ଅଧାରୁ ହିଁ ଛାଡିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
Even Amitabh Bachchan will be astounded with what our Hotseat contestant Usha Yadav has to say on #KBC11, tonight at 9 PM. @SrBachchan pic.twitter.com/zZDyiFT6EM
— Sony TV (@SonyTV) September 23, 2019
ତେବେ ଉଷା ଗୋଟିଏ କଥାକୁ ୨ ଥର କହିଥାନ୍ତି । ଶୋ’ ରେ ମଧ୍ୟ ସେ ଗୋଟିଏ କଥାକୁ ୨ ଥର କହୁଥିଲେ ଯାହାର ନକଲ କରି ମଜା ଉଡାଉଥିଲେ ଅମିତାଭ୍ । କିନ୍ତୁ ଗୋଟିଏ କଥା କହି ବିଗ୍ ବିଙ୍କ ପାଟିକୁ ଚୁପ୍ କରି ଦେଇଥିଲେ ଉଷା । ସେ କହିଥିଲେ , ଅମିତାଭ ଜୀ , ଖରାପ ଭାବିବେ ନାହିଁ , ଆପଣଙ୍କ ଶୋ’କୁ ଆସିବା ପୂର୍ବରୁ ମୁଁ ଖୁବ୍ ଡରି ଯାଇଥିଲି କିନ୍ତୁ ଆପଣ ଯେତେବେଳେ ଆସିଲେ ମୋତେ କିଛି ଲାଗିଲା ନାହିଁ । ଆପଣଙ୍କୁ ଦେଖି ଲାଗୁନାହିଁ ଯେ ଏତେବଡ଼ ଲୋକ ମୋ ଆଗରେ ଠିଆ ହୋଇଛନ୍ତି । ଆପଣ ତ ଘରର ସଦସ୍ୟ ଭଳି ହିଁ ଦେଖାଯାଉଛନ୍ତି । ଉଷାଙ୍କ ଏହି କଥାରେ ଅମିିତାଭ କିଛି ସମୟ ପାଇଁ ଚୁପ୍ ହୋଇ ରହିଗଲେ । ତେବେ ଉଷାଙ୍କୁ ତାଙ୍କ ସ୍ୱାମୀ ପ୍ରେମରେ ଫୁନସୁଖ୍ ୱାଙ୍ଗଡୁ ବୋଲି ଡାକନ୍ତି । କାରଣ ଅଦରକାରୀ ଦ୍ରବ୍ୟକୁ ଉଷା ଖୁବ୍ ଭଲଭାବରେ ଉପଯୋଗ କରନ୍ତି ।