କେବିସିରେ କୋଟିପତି । ବିଗ ବି’ଙ୍କ ବିଗ୍ ସୋ’ରେ ବାଦଶାହା ବନିଲେ ବିଦ୍ୟାଳୟରେ ‘ମିଡ୍ ଡେ ମିଲ୍’ ବନାଉଥିବା ବବିତା ।

860

କନକ ବ୍ୟୁରୋ : କାଲି ସ୍କୁଲରେ କୁନି ପିଲାଙ୍କ ପାଇଁ ରୋଷେଇ କରୁଥିଲେ । ଆଉ ଆଜି ବନିଗଲେ କୋଟିପତି । ବିଗ୍ ବିଙ୍କ ବଡ ସୋର ବାଦଶାହା ବନିଲେ ବବିତା । ଟେଲିଭିଜିନ୍ ଦୁନିଆର ଲୋକପ୍ରିୟ ସୋ କୋନ ବନେଗା କରୋଡପତିରେ କମାଲ କଲେ ବବିତା ତାଡେ ।

ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମିଡ ଡେ ମିଲ୍ ରୋଷେଇ କରି ଯିଏ, ୧୫୦୦ ଟଙ୍କା ରୋଜଗାର କରୁଥିଲେ । ଅମିତାଭ ବଚ୍ଚନଙ୍କ କେବିସି ସୋରେ ଭାଗ ନେବାର ସୁଯୋଗ ପାଇ ୧ କୋଟି ଟଙ୍କା ଜିତିଛନ୍ତି ମହାରାଷ୍ଟ୍ରର ବବିତା । ବବିତା ପ୍ରତିଦିନ ୪୫୦ଜଣ ସ୍କୁଲ ପିଲାଙ୍କ ପାଇଁ ଖିଚୁଡି ପ୍ରସ୍ତୁତ କରନ୍ତି ।

ତେବେ କୋନ ବନେଗା କରୋଡପତି ସୋରେ ୧ କୋଟି ଟଙ୍କାର ବିଜେତା ହେବା ପରେ, ବିଗ୍ ବି ତାଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଏହି ଟଙ୍କା ନେଇ କଣ କରିବେ । ବବିତା କହିଥିଲେ, ପ୍ରଥମେ ସେ ଏକ ମୋବାଇଲ ଫୋନ କିଣିବେ । ଏହା ଶୁଣି ଅମିତାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯିଏବି ଏହି ସୋରେ ବିଜେତା ହୋଇଛନ୍ତି, ସମସ୍ତେ ଘର, ଗାଡି କିମ୍ବା ଅଧିକ ଦାମୀ ଜିନିଷ କିଣିବା ପାଇଁ ଇଚ୍ଛା ରଖିଥିବା କୁହନ୍ତି । କିନ୍ତୁ ବବିତାଙ୍କ ଘରେ ଗୋଟିଏ ଫୋନ୍ ଥିବା ଜାଣି ଅମିତାଭ ତାଙ୍କୁ ଏକ ମୋବାଇଲ ଫୋନ୍ ଗିଫ୍ଟ କରିଛନ୍ତି ।