କେବିସି-୧୦ର ପ୍ରଥମ କୋଟିପତି ବିନିତା ଜୈନ ବଖାଣିଲେ ନିଜର ଦୁଃଖଭରା କାହାଣୀ : ୧୫ବର୍ଷ ହେଲା ସ୍ୱାମୀଙ୍କ ଅପେକ୍ଷାରେ, ଆତଙ୍କବାଦୀମାନେ କରିନେଇଥିଲେ ଅପହରଣ

28

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଛୋଟ ପରଦାର ସୋ’ କୌନ୍ ବନେଗା କରୋଡପତି’ ସିଜନ୍-୧୦ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ସିଜିନରେ ଏଯାବତ୍ ଯେତେ ବି ପ୍ରତିଯୋଗୀ ଆସିଛନ୍ତି ୫୦ଲକ୍ଷରୁ ଆଉ ଆଗକୁ ଯାଇ ପାରିନାହାନ୍ତି। କିନ୍ତୁ ଗୌହାଟିରେ ରହୁଥିବା ବିନୀତା ଜୈନ୍ ଏହି ଅଙ୍କ ପାରକରି କୌନ୍ ବନେଗା କରୋଡପତି’ ସିଜନ୍-୧୦ ସୋ’ର ପ୍ରଥମ କୋଟିପତି ପ୍ରତିଯୋଗୀ ବନିଛନ୍ତି। ୧ କୋଟି ଟଙ୍କା ଜିତିବା ପରେ ବିନୀତା ଜୈନ୍ ନିଜ ସଂଘର୍ଷମୟ ଜୀବନକୁ ସୋ’ରେ ବଖାଣିଛନ୍ତି। ତାଙ୍କ ସଂଘର୍ଷମୟ କାହଣୀ ଶୁଣି ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା।


୧କୋଟି ଟଙ୍କା ଜିତି ବିନୀତା ଖୁସି ଜାହିର୍ କରିବା ପରେ ନିଜ ସଂଘର୍ଷମୟ ଜୀବନକୁ ମନେ ପକାଇ କହିଥିଲେ, ୨୦୦୩ ମସିହାରୁ ସେ ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରି ଆସୁଛନ୍ତି। କାରଣ ୨୦୦୩ରେ ତାଙ୍କ ସ୍ୱାମୀ ଏକ ବିଜସେନ୍ ଟ୍ରିପରେ ଯାଇଥିଲେ କିନ୍ତୁ ସେଠାରୁ ସେ ଆଉ ଫେରି ନଥିଲେ। ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀଙ୍କୁ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି। ସ୍ୱାମୀଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସେ ଅସଫଳ ରହିଥିଲେ। ସ୍ୱାମୀଙ୍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ହେଲେ ସେ ଆଉ ଫେରିନଥିଲେ। ଏହାପରେ ସେ ଏକାକୀ ଜୀବନ ବଞ୍ଚିବା ପାଇଁ ଆରମ୍ଭ କରିଥିଲେ ସଂଘର୍ଷ। ପ୍ରଥମେ ଜୈନ୍ ୭ଜଣ ପିଲାଙ୍କୁ ନେଇ ଟ୍ୟୁସନ୍ କରିବା ଆରମ୍ଭ କରି ଦେଇଥିଲେ। ଆଜି ୧୨୫ଜଣଙ୍କୁ ସେ ପାଠ ପଢ଼ାଉଛନ୍ତି।