ଏବେ ଆପଣଙ୍କ ପିଲା ବି ବନିପାରିବେ କୋଟିପତି, କେବିସିର ହଟ୍ ସିଟରେ ବସି ଦେଇପାରିବେ ବିଗବିଙ୍କ ପ୍ରଶ୍ନର ଉତ୍ତର ! ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

36

ଏବେ ଆପଣଙ୍କ ପିଲା ମଧ୍ୟ ବିଗବି ଅମିତାଭ ବଚ୍ଚନଙ୍କ ସୋର ଉତର ଦେଇ କୋଟିପତି ବନିପାରିବେ । ‘କୌନ ବନେଗା କରୋଡପତି’ର ସିଜିନ-୧୦ ଆରମ୍ଭ ହୋଇସାରିଛି । ଗୋଟିଏ ପଟରେ ଯେଉଁଠି ସୋର ଲୋକପ୍ରିୟତା ବଢି ଚାଲିଛି, ଅନ୍ୟପଟରେ କେବିସି ଜୁନିୟର ଆରମ୍ଭ ହେବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସାଧାରଣ ଜନତାଙ୍କ ସ୍ୱପ୍ନକୁ ସାକାର କରୁଥିବା ଏହି ଲୋକପ୍ରିୟ ସୋରେ ଛୋଟ ଛୋଟ ପିଲାଙ୍କୁ ଖେଳିବାର ସୁଯୋଗ ମିଳିବ ।

ଛୋଟ ପିଲାମାନେ ବି ଏବେ ବିଗବିଙ୍କ ପ୍ରଶ୍ନର ଉତର ଦେଇ କୋଟିପତି ହୋଇପାରିବେ । ତେବେ କିଡସ ସ୍ପେସିଆଲ ଏପିସୋଡ ପାଇଁ ୨ ଅକ୍ଟୋବର ୨୦୧୮ରେ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଯାଉଛି । ଏଥିରେ ଆପଣ ଆପଣଙ୍କ ପିଲାର ନାଁ ରେଜିଷ୍ଟେସନ କରିପାରିବେ । ଏସଂପର୍କରେ ସୂଚନା ଖୋଦ୍ କେବିସିର ହୋଷ୍ଟ ତଥା ବିଗବି ଅମିତାଭ ବଚ୍ଚନ କାର୍ଯ୍ୟକ୍ରମରେ ହିଁ ଦେଇଛନ୍ତି ।

ତେବେ ଖବରଟି ନା ହିଁ କେବଳ ଛୋଟ ପିଲାଙ୍କ ପାଇଁ ବରଂ ଉଭୟ ଅଭିଭାବକ ଓ ସ୍କୁଲମାନଙ୍କ ପାଇଁ ବି ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଯେଉଁମାନେ ଚାହୁଁଛନ୍ତି କି ସେମାନଙ୍କ ପିଲା ଅମିତାଭଙ୍କ ସୋ କୌନ ବନେଗା କରୋଡପତିର ହଟ୍ ସିଟରେ ପହଂଚୁ ଏବଂ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତର ଦେଉ, ତେବେ ସେମାନେ ନିଜ ପିଲାର ପଂଜିକରଣ ଏଥିରେ କରିପାରିବେ । ସେହିପରି ସ୍କୁଲ ମଧ୍ୟ ନିଜ ମେଧାବୀ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ କେବିସି କିଡସ ପାଇଁ କରିପାରିବେ ।