ବନ୍ଦ ହେବ ବିଗ୍ ବି’ଙ୍କ ‘କୌନ ବନେଗା କରୋଡପତି’ ସୋ !

428

କନକ ବ୍ୟୁରୋ : ଟିଭି ପରଦାର ଲୋକପ୍ରିୟ ସୋ କୌନ୍ ବନେଗା କରୋଡପତିର ୧୧ତମ ସିଜିନ୍ ଆଉ ମାତ୍ର ୪ ଦିନ ପରେ ବନ୍ଦ ହେବାକୁ ଯାଉଛି । ୧୩ ସପ୍ତାହ ଧରି ଚାଲିଥିବା ଏହି ଯାତ୍ରାରେ କେବିସି ଦର୍ଶକମାନଙ୍କର ମନୋରଞ୍ଜନ କରିବା ସହ ଜ୍ଞାନବୃଦ୍ଧି ମଧ୍ୟ କରିଛି ।

ତେବେ ସୋ ଆରମ୍ଭ ହେବା ପୂର୍ବରୁ କେବିସିର ହୋଷ୍ଟ ଅମିତାଭ ବଚ୍ଚନ ଆରମ୍ଭରୁ ହିଁ ସୂଚନା ଦେଇଥିଲେ ଯେ, ଏଥର କେବିସିର ଯାତ୍ରା ୧୩ ସପ୍ତାହ ଚାଲିବ, ଏବଂ ଏଥିରେ ମୋଟ୍ ୬୫ଟି ଏପିସୋଡ୍୍ ରହିବ । ତେବେ ଏଥର ସୋରେ ସପ୍ତାହକୁ ୪ ଦିନ ପ୍ରତିଯୋଗୀମାନେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି । ଏବଂ ଶୁକ୍ରବାର କର୍ମବୀର ଏପିସୋଡ ପାଇଁ ରିଜର୍ଭ ରହିଥିଲା । ଆଉ ଏଥିରେ ରିୟଲ ଲାଇଫ୍ ହିରୋମାନେ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଥିଲେ ।

ଏଥର କେବିସିରେ ୭ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା । ଯେଉଁଥିପାଇଁ ପ୍ରତିଯୋଗୀମାନଙ୍କୁ ୧୬ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବା ପାଇଁ ଥିଲା । କିନ୍ତୁ ଏପର୍ଯ୍ୟନ୍ତ ୭ କୋଟି ଟଙ୍କା ପାଖରେ କୌଣସି ବି ପ୍ରତିଯୋଗୀ ପହଞ୍ଚିପାରିନାହାନ୍ତି । ମାତ୍ର ୪ ଜଣ ପ୍ରତିଯୋଗୀ, ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି ।