ରଣବୀର-ଆଲିଆଙ୍କ ସଂପର୍କକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ୟାଟ୍ରିନା ! ସୋସିଆଲ୍ ମିଡିଆରେ ଲେଖିଲେ ଏଭଳି କିଛି ପୋଷ୍ଟ୍ ।

37

କିଛି ଦିନ ତଳୁ ବଲିଉଡ଼୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ଦୁହିଁଙ୍କୁ କୁଆଡ଼େ ଡ଼େଟ୍ କରୁଛନ୍ତି ବୋଲି ଏବେ ସବୁଆଡ଼େ ଆଲୋଚନା। ଏ ନେଇ ଉଭୟ ରଣବୀର ଏବଂ ଆଲିଆ କିଛି ସ୍ପଷ୍ଟ କରି ନ ଥିବା ବେଳେ ରଣବୀରଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍ ଦୁହିଁଙ୍କ ସଂପର୍କର ଖବର ଶୁଣି ଖୁସି ନ ଥିବା ଜଣାପଡ଼ିଛି । କିଛି ବର୍ଷ ପୂର୍ବେ ରଣବୀର ଏବଂ କ୍ୟାଟ୍ରିନାଙ୍କ ବ୍ରେକ୍ଅପ୍ ହୋଇଥିଲା । ବ୍ରେକ୍ଅପ୍ ପର ଠାରୁ ରଣବୀରଙ୍କ ନାମ ଆଉ କାହା ସହ ଯୋଡ଼ା ହୋଇ ନଥିବା ବେଳେ ଆଲିଆଙ୍କୁ ନେଇ ପ୍ରଥମ ଥର ପାଇଁ ଚର୍ଚ୍ଚା ଜୋର ଧରିଛି ।

ଏହି ଚର୍ଚ୍ଚା ଶୁଣି ସୋସିଆଲ ମିଡ଼ିଆରେ କ୍ୟାଟ୍ରିନା କିଛି ଏପରି ଲେଖି ଦେଇଛନ୍ତି, ଯାହାକୁ ଦେଖିବା ପରେ ରଣବୀର ଏବଂ ଆଲିଆଙ୍କ ସଂପର୍କକୁ ନେଇ ସେ ଇର୍ଷା କରୁଥିବା ଜଣାପଡ଼ିଛି । ରଣବୀର ଏବଂ ଆଲିଆଙ୍କ ସଂପର୍କକୁ ନେଇ ଅନେକ ଲୋକ ଅନେକ କଥା କହୁଥିବା ବେଳେ କ୍ୟାଟ୍ରିନା ଏ ନେଇ କିଛି ଭିନ୍ନ ମତ ରଖିଛନ୍ତି । ‘ମୁଁ ସେତେବେଳେ ବିଶ୍ୱାସ କରିବି ଯେତେବେଳେ ଦେଖିବି, ଯେତେବେଳେ ଦେଖିବି ସେତେବେଳେ ବିଶ୍ୱାସ କରିବି’ ବୋଲି ଲେଖି ସେ ପୋଷ୍ଟ କରିଛନ୍ତି । କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ପରେ ସେ ଦୁହିଁଙ୍କ ସଂପର୍କର ଖବରକୁ ସହଜରେ ଗ୍ରହଣ କରି ପାରୁ ନଥିବା ଜଣାପଡ଼ିଛି ।