ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହିରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କ୍ୟାଟ୍ରିନା କୈଫ୍‌ଙ୍କ ନାଁରେ ବାଜିଛି ମୋହର । ଏହା ପୂର୍ବରୁ ଦୁହେଁ ୨୦୧୨ରେ “ଜବ୍ ତକ୍ ହେଁ ଜାନ୍’ ରେ ଏକାଠି ଅଭିନୟ କରିଥିଲେ । ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି ,କିନ୍ତୁ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍‌ରେ ବଡ଼ ଚର୍ଚ୍ଚା ହେଉଛି ।