କ୍ୟାଟ୍ରିନାଙ୍କୁ ନେଇ ଚିନ୍ତାରେ ସଲମାନ !

29

ସମୟ ଥିଲା ପରସ୍ପରର ପ୍ରେମରେ ପଡିଥିଲେ ଉଭୟ । ମାତ୍ର ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି । ତଥାପି ମଧ୍ୟ ପୂର୍ବର ଭଲ ପାଇବାକୁ ଭୁଲିି ପାରିନାହାଁନ୍ତି । ଆପଣ ନିଶ୍ଚୟ ଶୀର୍ଷକରୁ ଜାଣିସାରିଥିବେ କାହା କଥା କହୁଛୁ । ସଲମାନ କ୍ୟାଟ୍ରିନାଙ୍କ ଠାରୁ ଅଲଗା ତ ହୋଇଛନ୍ତି କିନ୍ତୁ ଏବେ ବି ତାଙ୍କ ପ୍ରତି ଭଲପାଇବା କମାଇନାହାଁନ୍ତି । ସେଥିପାଇଁ ତ ତାଙ୍କୁ ନେଇ ଖୁବ୍ ଚିନ୍ତିତ ଏବେ ସେ ।

ତେବେ ତାଙ୍କର ଚିନ୍ତାର କାରଣ କ’ଣ ଜାଣିବାକୁ ଆପଣମାନେ ବ୍ୟାକୁଳ ହେବେଣି । କଥାଟା ଏୟାଯେ ଉଭୟ ସଲମାନ ଓ କ୍ୟାଟ୍ରିନା ଏବେ ୨୦୧୨ର ହିଟ୍ ଫିଲ୍ମ ‘ଏକ୍ ଥା ଟାଇଗର’ ର ସିକ୍ୱେଲ ‘ଟାଇଗର ଜିନ୍ଦା ହୈ ’ର ସୁଟିଂରେ ବ୍ୟସ୍ତ । ଆଉ ଏହି ଫିଲ୍ମରେ ଉଭୟଙ୍କର ରହିଛି ଆକ୍ସନ ଦୃଶ୍ୟ । କ୍ୟାଟଙ୍କର ରହିଛି ଏକ ସ୍କୁବା ଡାଇଭିଂ ଷ୍ଟଣ୍ଟ ଦୃଶ୍ୟ । ଫିଲ୍ମର ବାକି ବାକି ସଦସ୍ୟ ଏବଂ ସଲମାନ ଚାହୁଁଛନ୍ତି ଏହି ଦୃଶ୍ୟ ଷ୍ଟଣ୍ଟମ୍ୟାନ୍ କରନ୍ତୁ । କିନ୍ତୁ କ୍ୟାଟ୍ରିନା ଚାହୁଁଛନ୍ତି ସେ ନିଜେ ଏହି ଦୃଶ୍ୟକୁ କରିବେ । କାରଣ ସେ ଏହା ପୂର୍ବରୁ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗୀ ଦୁବାରା’ରେ ସ୍କୁବା ଡାଇଭର ପ୍ରଶିକ୍ଷିକାର ଭୂମିକା ନିଭାଇ ସାରିଛନ୍ତି ସେ । ତେଣୁ ଏହି ଷ୍ଟଣ୍ଟ କରିବା ତାଙ୍କ ପାଇଁ କଷ୍ଟକର ନୁହେଁ ବରଂ ଉତ୍ସାହପ୍ରଦ ହେବ ବୋକି କ୍ୟାଟ୍ କହିଛନ୍ତି ।

ମାତ୍ର ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଖୁସି ନାହାଁନ୍ତି ସଲମାନ । କ୍ୟାାଟ୍ରିନା କିଭଳି ଭାବେ ଏହି ଦୃଶ୍ୟକୁ ପୂରା କରିବେ ତାହାକୁ ନେଇ ଖୁବ୍ ଚିନ୍ତିତ ହୋଇପଡିଛନ୍ତି ସଲମାନ ।