ରଣବୀର କପୁର ମୋର ଜଣେ ଭଲ ବନ୍ଧୁ ! କହିଲେ, କ୍ୟାଟ୍ରିନା କୈଫ୍

32

ରଣବୀର କପୁର ଓ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଜଗା ଜାସୁସ’ର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ରିଲିଜ ମଉକାରେ କ୍ୟାଟ୍ରିନାଙ୍କୁ ପଚାରା ଯାଇଥିଲା ରଣବୀର ତାଙ୍କର ଜଣେ ବନ୍ଧୁ ନା ଜଣେ ଭଲ ପ୍ରଯୋଜକ ? ଏହି ପ୍ରଶ୍ନର ଉତ୍ତରରେ କ୍ୟାଟ୍ରିନା କହିଥିଲେ ରଣବୀର ମୋର ଜଣେଭଲ ବନ୍ଧୁ । ଏହାସହ ସେ କହିଛନ୍ତି ସେ ରଣବୀରଙ୍କୁୁ ୨୦୦୯ରୁ ଜାଣନ୍ତି ।

ବିଗତ ଦିନରେ ରଣବୀର-କ୍ୟାଟଙ୍କ ପରଦା ବାହାର ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଛି । ‘ଜଗା ଜାସୁସ’ ସିନେମା ପାଇଁ ରଣବୀର ଓ କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କୁ ବହୁତ ଅପେକ୍ଷା କରିବାକୁ ପଡ଼ିଥିଲା । କାରଣ ଏହି ସିନେମା ୩ ବର୍ଷ ପରେ ରିଲିଜ ହେଉଛି । ନିର୍ଦ୍ଦେଶକ ଅନୁରାଗ ବାସୁ ଏହି ସିନେମାରେ ଗୋବିନ୍ଦାଙ୍କ ନକଲ କରୁଥିବାର ନଜର ଆସିବେ । ସିନେମା ୧୪ ଜୁଲାଇରେ ରିଲିଜ ହେବ ବୋଲି ଜଣାପଡ଼ିଛି ।