କ୍ୟାଟ୍ରିନାଙ୍କ ବିନା ‘ଜଗା ଜାସୁସ’ର ପ୍ରମୋଶନ କରିବେ ରଣବୀର କପୁର

76

ବଲିଉଡ ଅଭିନେତା ରଣବୀର କପୁର ଓ କ୍ୟାଟ୍ରିନା କୈଫଙ୍କ ବ୍ରେକଅପ ଏକ ବର୍ଷ ପୂର୍ବରୁ ହୋଇ ସାରିଛି ଏବଂ ଏବେ ଉଭୟଙ୍କ ବ୍ରେକଅପର ପ୍ରଭାବ ପଡିବ ସେମାନଙ୍କ ଆଗାମୀ ସିନେମା ‘ଜଗା ଜାସୁସ’ର ପ୍ରମୋଶନ ଉପରେ । ବ୍ରେକଅପ ପରେ ଏଇ ଯୋଡି ତାଙ୍କର ଆଗାମୀ ସନେମା ଜଗା ଜାସୁସରେ ପୁଣିଥରେ ଏକାଠି ନଜର ଆସିବେ । ବଲିଉଡର ଏଇ କ୍ୟୁଟ ଯୋଡି ରିୟଲ ଲାଇଫରେ ନୁହଁ ରିଲ ଲାଇଫରେ ପୁଣିଥରେ ହେବେ ଏକାଠି ।

ଏଇ ସିନେମା ୩ ବର୍ଷ ପୂର୍ବରୁ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ କୈାଣସି କାରଣରୁ ରିଲିଜ ହେବାରେ ବିଳମ୍ବ ହୋଇଥିଲା କିନ୍ତୁ ଖୁବ ଶୀଘ୍ର ଏହାର ପ୍ରମୋଶନ ଆରମ୍ଭ ହେବ । କ୍ୟାଟ୍ରିନା ‘ଜଗା ଜାସୁସ’ର ସୁଟିଂ ଶେଷ କାରିଥିଲେ ମଧ୍ୟ ସେ ପ୍ରମୋଶନରେ ଆସିବେ ନାହିଁ ବୋଲି ଜଣାପଡିଛି । ସୂଚନା ଅନୁସାରେ ରଣବୀର କପୁର ଜଗା ଜାସୁସର ପ୍ରମୋଶନ ଏକା ଏକା କରିବେ ।

ରଣବୀରଙ୍କୁ କ୍ୟାଟ୍ରିନାଙ୍କ ସହ କୈାଣସି ଅସୁବିଧା ନଥିଲେ ହେଁ କ୍ୟାଟ୍ରିନା ଏଥିନେଇ ଅସହଜ ମନେ କରୁଛନ୍ତି । କ୍ୟାଟ୍ରିନା ନିଜେ ଏ ନେଇ ଟ୍ୱିଟ ଜରିଆରେ ଇଶାରା ଦେଇଛନ୍ତି । ରଣବୀରଙ୍କ ପାଁଇ ଏଇ ସିନେମା ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ସେ ଏଇ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହାର ସହନିର୍ଦ୍ଦେଶକ ମଧ୍ୟ । ଏହି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଗ ବାସୁ ।