ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କ୍ୟାଟ୍ରିନା କୈଫ୍ !

23

ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଏବେ ଯୋଡି ହୋଇଛନ୍ତି ସୋସିଆଲ ମିଡିଆରେ । ନିଜର ଆଗାମୀ ସିନେମା “ଜଗା ଜାସୁସ”ର ପ୍ରମୋସନ୍ ପାଇଁ ଉଭୟ ରଣବୀର କପୁର ଓ କ୍ୟାଟ୍ରିନା କୈଫ୍ ଲାଗିପଡିଛନ୍ତି । ଫେସବୁକ୍ ଲାଇଭରେ ପ୍ରଶଂସକଙ୍କ ସହ କଥା ହେବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ବି ରଖିଛନ୍ତି କ୍ୟାଟ୍ରିନା । ଏହାରି ଭିତରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କ୍ୟାଟ୍ରିନା କିଛି ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଛନ୍ତିି ।

ଏହାକୁ ଦେଖିଲେ ଐଶ୍ ରାଗିବା ଏକପ୍ରକାର ସୁନିଶ୍ଚିତ । ଫେସବୁକ୍ ଲାଇଭରେ ଥିବାବେଳେ କ୍ୟାଟ୍ରିନା ଓ ରଣବୀର ଉଭୟ ଏମିତି କିଛ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ରଣବୀର ଜଣେ ଷ୍ଟାରଙ୍କ ନାକୁ ଗୋଟିଏ ପଶୁ ନାଁ ସହିତ ଯୋଡିବାକୁ କହିବାରୁ କ୍ୟାଟ୍ରିନା ସଙ୍ଗେ ସଙ୍ଗେ ଐଶଙ୍କ ନାକୁ ଫକ୍ସ ବା କୋକିଶିଆଳୀ ସହ ଯୋଡି ଦେଇଥିଲେ ।